Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏକମାସ ପର୍ୟ୍ୟନ୍ତ ଆଳୁ ନ ଖାଆନ୍ତି, ତେବେ କ’ଣ ହେବ ? ଆସନ୍ତୁ ଜାଣିବା

    Share on :
    ajab-Image
    Date: Oct 17, 2025    Views: 3079

    ପରିବାର ରାଜା ଆଳୁ । ଅଧିକାଂଶ ପନିପରିବା ସହିତ ମିଶାଇ ଆଳୁକୁ ରୋଷେଇ କରାଯାଏ  । ସବୁ ଭାରତୀୟଙ୍କ ପ୍ରିୟ ଖାଦ୍ୟ ଆଳୁ । ପ୍ରତିଘରେ ଏହାକୁ ପ୍ରଚୁର ପରିମାଣରେ ଖିଆଯାଏ । କିନ୍ତୁ ଯଦି ଏକମାସ ପର୍ୟ୍ୟନ୍ତ ଆଳୁ ନ ଖାଆନ୍ତି, ତେବେ କ’ଣ ହେବ? ଆସନ୍ତୁ ଜାଣିବାଟ୍ଟ

    ମାସକ ପାଇଁ ଯଦି ଆଳୁ ଖାଇବା ଛାଡି ଦିଅନ୍ତି ତେବେ ଓଜନ ନିୟନ୍ତ୍ରଣ ହୋଇପାରିବ । କାରଣ ଅଧିକାଂଶ ଆଳୁ ତେଲରେ ରନ୍ଧା ଯାଇଥାଏ ଏବଂ ଏହି କାରଣରୁ କ୍ୟାଲୋରୀ ବଢିଯାଇଥାଏ । କିଛି ଲୋକ ଆଳୁ ଖାଇବା ପରେ ପେଟରେ ଗ୍ୟାସ୍ ଏବଂ ଏସିଡିଟି ପରି ସମସ୍ୟା ଦେଖାଯାଇଥାଏ ।

    ଯଦି ଏସିଡିଟି ସମସ୍ୟା ରହିଛି ତେବେ ଆଳୁ ଖାଆନ୍ତୁନି । ଆଳୁ ଖାଇବା ବନ୍ଦ କରିବା ଫଳରେ ହାଇ ବ୍ଲଡ୍‌ ସୁଗର କଣ୍ଟୋଲ୍‌ କରିହେବ । ଏଥିପାଇଁ ମଧୁମେହ ରୋଗୀଙ୍କୁ ଆଳୁ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଯଦି ସଂପୂର୍ଣ୍ଣ ଭାବେ ଆଳୁ ନଖାଆନ୍ତି, ତେବେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇପାରେ ।

    ତେବେ ଆଳୁ ବଦଳରେ ଆପଣ ଅନ୍ୟ ଖାଦ୍ୟ ଖାଇପାରିବେ । ଆଳୁ ମଧ୍ୟ ପୁଷ୍ଟିକର ଖାଦ୍ୟରେ ଭରପୂର । କିନ୍ତୁ ଏହାକୁ ସୀମିତ ପରିମାଣରେ ଏବଂ ଅଳ୍ପ ତେଲରେ ଖାଇବା ଉଚିତ୍ ।

    Maximum 500 characters

    ବିଶେଷ View all

    Find Us on Facebook