ଜଳେଶ୍ଵର : ପୁଣି ବଢିପାରେ ଆଳୁ ଦର। ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ବୁଧବାର ରାତିରୁ ଅଟକି ରହିଛି ଶତାଧିକ ଆଳୁ ବୋଝେଇ ଟ୍ରକ୍। ଜଗିଛନ୍ତି ପଶ୍ଚିମବଙ୍ଗ ପୋଲିସ। ସେପଟେ ଆଳୁ ଦର ବଢିବା ନେଇ ଉଦବେଗ ପ୍ରକାଶ କରିଛି ବ୍ୟବସାୟୀ ମହାସଙ୍ଘ। ବୁଧବାର ରାତିରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଶତାଧିକ ଆଳୁ ବୋଝେଇ ଟ୍ରକ୍ ଅଟକି ରହିଛି। ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଂଚ୍ କରାଯାଉଛି। ଆନ୍ତଃରାଜ୍ୟ ସୀମା ଦେଇ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରାଯାଇଛି। ପଶ୍ଚିମବଙ୍ଗ ବଜାରରେ ଆଳୁର ଦର ୩୫ ରୁ ୪୦ ଟଙ୍କା ଥିବାରୁ ବଜାରର ଦର ନିୟନ୍ତ୍ରଣ ପାଇଁ ଆଳୁ ରପ୍ତାନି ଉପରେ ମମତା ବାନାର୍ଜୀ ରୋକ ଲଗାଇଛନ୍ତି।
ପ୍ରକାଶ ଥାଉକି, ଗତକାଲି ମମତା ବାନାର୍ଜୀ ରାଜ୍ୟରେ ଆଳୁ ପିଆଜ ଦର ନେଇ ନବାନ୍ନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଥିଲେ। ଆଳୁ ପିଆଜ ଦର ବୃଦ୍ଧି ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ। ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି।
Comments ସମସ୍ତ ମତାମତ