Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଳୁ ଦର ୫୦, ମନ୍ତ୍ରୀ କହିଲେ ୩୨/୩୪

    Share on :
    ajab-Image
    Date: Jul 27, 2024    Views: 3799

    ଭୁବନେଶ୍ୱର:  ରାଜ୍ୟରେ ଏବେ ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ବନ୍ଦ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁର ଦର ୫୦ ଛୁଇଁଛି । ତେବେ ଖାଦ୍ୟ ଓ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ଏବେ ଆଳୁ ଦର ୩୨ରୁ ୩୪ ଟଙ୍କା ମଧ୍ୟରେ ରହିଛି ।
    ସେ କହିଛନ୍ତି ଯେ ଆଳୁ ଦର ସ୍ୱାଭାବିକ ହେଉଛି । ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା । ଏବେ ଆସିବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଆସିବା ଆରମ୍ଭ ହୋଇଛି । ବଜାର ଦର ଧୀରେ ଧୀରେ ସ୍ୱାଭାବିକ ହେଉଛି । ଦର ୩୨/୩୪ ଟଙ୍କା ହେଲାଣି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
    ତେବେ ସବୁଠାରୁ ବଡ଼ କଥା ହେଲା ଯେ ମନ୍ତ୍ରୀ ଆଳୁ ଦର ୩୨/୩୪ ଟଙ୍କା ଟଙ୍କା କହୁଥିବାବେଳେ ରାଜ୍ୟର ଅନେକ ସ୍ଥାନରେ ଦଳ ଉଚ୍ଚା ରହିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଳୁ ଦର ୫୦ରୁ ୬୦ ଟଙ୍କା ଥିବା ସୂଚନା ମିଳିଛି । 

    ପ୍ରକାଶ ଯେ  ଏବେ ଆଳୁଦର ରାଜ୍ୟରେ ଅଣାୟତ୍ତ ହୋଇପଡ଼ିଛି। ସାରା ରାଜ୍ୟରେ ନିତିଦିନିଆ ପରିବାକୁ ନେଇ ହନ୍ତସନ୍ତ ରାଜ୍ୟବାସୀ । ଆଳୁ କେଜି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସମସ୍ତଙ୍କ ଚିନ୍ତା ବଢ଼ିଛି । ଧନୀ ହୁଅନ୍ତୁ ବା ଗରିବ ଆଳୁ ଦର ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଏମିତି ସ୍ଥିତିରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ପରେ ବଜାର ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା । ହେଲେ ଗତକାଲି ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଓଡ଼ିଶା ସୀମା ପାର କରିବାକୁଦେଇନଥିଲେ ।  ଏପରିକି ଓଡ଼ିଶା ଆସିବାକୁ ସୀମାରେ ଅଟକି ଥିବା ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପ୍ରଶାସନ ଫେରାଇ ନେଇଥିଲେ । ସୋନାକଣିଆ ଚେକପୋଷ୍ଟ ନିକଟରୁ ଖଡ଼ଗପୁର ଟ୍ରାଫିକ ଆଡିସିନାଲ ଏସପି ଆଳୁ ଟ୍ରକଗୁଡିକୁ ଫେରାଇ ନେଇଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook