Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ଆଳୁ ଦର ଆକାଶ ଛୁଆଁ

    Share on :
    ajab-Image
    Date: Jul 26, 2024    Views: 3903

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଳୁ ଦର ଆକାଶ ଛୁଆଁ ହୋଇଛି। ଆଳୁ କିଲୋ ପିଛା ଦର ୬୦ ଛୁଇଁଛି। ପଶ୍ଚିମବଙ୍ଗରୁ ହଠାତ୍ ଆମଦାନୀ ବନ୍ଦ ହୋଇଥିବାରୁ କଟକ ମାଲଗୋଦାମ, ଛତ୍ରବଜାର ଓ ଭୁବନେଶ୍ବର କୁବେରପୁରୀର ଆଳୁ ଗଦି ଖାଲି ହୋଇଯାଇଛି। ଖୁଚୁରା ବଜାରରେ ଯେତିକି ଆଳୁ ମହଜୁଦ ଅଛି ତାହା ସମୁଦ୍ରକୁ ଶଙ୍ଖେ। ଏଥିପାଇଁ ଦୁଇ ଦିନ ହେଲା ଆଳୁ ଦର ବୃଦ୍ଧି ପାଇଛି ବୋଲି କିଛି ବ୍ୟବସାୟୀ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗରେ ଆନ୍ଦୋଳନ ପାଇଁ ଏପରି ସ୍ଥିତି ଉପୁଜୁଥିବା ଛତ୍ରବଜାର ବ୍ୟବସାୟ ସଙ୍ଘର ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶାରେ ପଡିଛି। ପଶ୍ଚିମବଙ୍ଗର ଚାଷୀ ଓ ଆଳୁ ଷ୍ଟୋର ଆସୋସିଏଏସନ୍ ବ୍ୟବସାୟୀ ଆଳୁ ଦର ବୃଦ୍ଧି ଦାବିରେ ଆନ୍ଦୋଳନ କରୁଛନ୍ତି। ଏବେ ଚାଷୀ, ବ୍ୟବସାୟୀ ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ କିଛି ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି। ପ୍ରତିଦିନ ଛତ୍ରବଜାରକୁ ୫ରୁ ୬ ଟ୍ରକ ଆଳୁ ଆମଦାନୀ ଆସିଥାଏ। ଆନ୍ଦୋଳନ ଯୋଗୁଁ ଏବେ ଦିନକୁ ଦୁଇରୁ ତିନିଟି ଗାଡି ଆସୁଛି। 

    ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ନାହିଁ କି ଆଳୁ । ଯଦି ଆଳୁ ମହଜୁଦ ଅଛି ତେବେ କାହିଁକି ଦର ବୃଦ୍ଧି ହେଉଛି । ଏହାର ସ୍ଥିତି ପରଖିବାକୁ ଆଳୁ ଗୋଦାମରେ ପହଞ୍ଚିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ୱର ଆଇଗିଣିଆ ସ୍ଥିତ ଗୋଦାମରେ ପହଞ୍ଚି ତଦାରଖ କରୁଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।ବ୍ୟବସାୟୀଙ୍କୁ ଭେଟିବା ଆଲୋଚନା କରିବା ସହ କଳାବଜାରିର ତଦାରଖ କରିଛନ୍ତି ମନ୍ତ୍ରୀ । ଏହାପରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ରୁ ୮ଦିନ ଯାଏଁ ଆଳୁ ମହଜୁଦ ରହିଛି । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ବନ୍ଦ ରହିଥିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି । ତେବେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook