Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପାଇଲ୍ସରେ ପୀଡ଼ିତ କି? ଅଶୋକ ଗଛର ଛେଲି ଓ ଫୁଲ ବ୍ୟବହାର କରନ୍ତୁ

    Share on :
    ajab-Image
    Date: Sep 10, 2025    Views: 3056

    ସବୁ ବେଳେ ପ୍ରାକୃତିକ ଜିନିଷ ଆମର ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ; ଯେମିତିକି ତୁଳସୀ ପତ୍ର, ନିମ୍ବ ଓ ବେଲ ପତ୍ର ଇତ୍ୟାଦି। ସେମିତି ଅଶୋକ ଗଛ ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ। ସାଧାରଣତଃ ସବୁ ଜାଗାରେ ଅଶୋକ ଗଛ ଦେଖିବାକୁ ମିଳେ। ଅଶୋକ ଗଛର ପତ୍ର, ଫୁଲ, ମଞ୍ଜି ଓ ଛେଲି ସବୁଥିରେ ଭରି ରହିଛି ଔଷଧୀୟ ଗୁଣ। ତା’ହେଲେ ଆସନ୍ତୁ ଜାଣିବା ଏଗୁଡ଼ିକ କେଉଁ ସମସ୍ୟାରୁ ଆମକୁ ମୁକ୍ତି ଦିଅନ୍ତି ଓ ଏଗୁଡ଼ିକୁ କେମିତି ବ୍ୟବହାର କରିବାକୁ ହେବ।
    ୧. ଆପଣ ଯଦି କିଡନୀରେ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତା’ହେଲେ ଅଶୋକ ଗଛର ମଞ୍ଜିକୁ ଗୁଣ୍ଡ କରି ପାଉଡର ପ୍ରସ୍ତୁତ କରନ୍ତୁ। ଏହାକୁ ପ୍ରତିଦିନ ଖାଲି ପେଟରେ ହାଲ୍‌କା ଗରମ ପାଣିରେ ଗୋଳାଇ ପିଅନ୍ତୁ।

    ୨. ଯଦି ଆପଣଙ୍କ ଶରୀରର କୌଣସି ହାଡ଼ ଭାଙ୍ଗିଯାଇଛି, ତା’ହେଲେ ନିୟମିତ ଭାବେ ଏକ ଗ୍ଲାସ୍ ଉଷୁମ କ୍ଷୀରରେ ଏକ ଚାମଚ ଅଶୋକ ଗଛ ଛେଲିରୁ ପ୍ରସ୍ତୁତ ପାଉଡର ମିଶାଇ ପିଅନ୍ତୁ। ଆପଣଙ୍କ ଭାଙ୍ଗିଯାଇଥିବା ହାଡ଼ ବହୁତ ଶୀଘ୍ର ଯୋଡ଼ି ହୋଇଯିବ।

    ୩. ଆପଣ ପାଇଲ୍ସ ରୋଗୀ କି? ତା’ହେଲେ ଏଥିରୁ ମୁକ୍ତି ପାଇବାକୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ଅଶୋକ ଗଛର ଫୁଲ ଓ ଛେଲିକୁ ପକାଇ ଛାଡ଼ି ଦିଅନ୍ତୁ। ସକାଳେ ଉଠିବା ପରେ ଉକ୍ତ ପାଣିକୁ ଛାଣି ପିଇ ଦିଅନ୍ତୁ। ଏପରି କଲେ ପାଇଲ୍ସ ସମସ୍ୟା ଠିକ୍ ହୋଇଯିବ।

    ୪. ଶ୍ୱାସ ରୋଗୀମାନେ ପାନପତ୍ରରେ ଅଶୋକ ମଞ୍ଜିର ପାଉଡ଼ର ମିଶାଇ ଖାଆନ୍ତୁ। ଏମିତି କଲେ ଶ୍ୱାସ ଜନିତ ସମସ୍ୟା ଦୂର ହେବ।

    Maximum 500 characters

    ବିଶେଷ View all

    Find Us on Facebook