Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦେଖା ଦେଇପାରେ ପେଟ୍ରୋଲ-ଡିଜେଲ ସଙ୍କଟ

    Share on :
    ajab-Image
    Date: Jul 10, 2025    Views: 3359

    ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ସମସ୍ତ ପେଟ୍ରୋଲ ପମ୍ପରେ ତେଲ ସଙ୍କଟ ଦେଖା ଦେଇପାରେ । ଏନେଇ ଆଶଙ୍କା କରିଛନ୍ତି ରାଜ୍ୟ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ସେ କହିଛନ୍ତି ଆଜି ଅନେକ ପେଟ୍ରୋଲ ପମ୍ପରେ ତେଲ ସରିଯିବ । ଫଳରେ ଆଜିଠାରୁ ରାଜ୍ୟରେ ତେଲ କ୍ରାଇସିସ୍‍ ଦେଖିବାକୁ ମିଳିପାରେ । ଯଦି ତେଲ ପରିବହନ ବନ୍ଦ ରହିବ, ତେବେ ଜଟିଳ ସମସ୍ୟା ସୃଷ୍ଟି ହେବ । ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ଶୀଘ୍ର ଆନ୍ଦୋଳନ ପ୍ରତ୍ୟାହାର ନହେଲେ ପେଟ୍ରୋଲ ଡିଜେଲ ପରିବହନରେ ସମସ୍ୟା ଦେଖାଦେବ । ଫଳରେ ଲୋକମାନେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେବେ । ସେପଟେ ଏହି ଖବର ଶୁଣିବା ପରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ ଜମିଛି । ଗତ ତିନି ଦିନ ହେଲାଣି ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ରଖିଛନ୍ତି । ୬ ଦଫା ଦାବି ନେଇ ଚାଲିଥିବା ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି ।

    Maximum 500 characters

    ତାଜା ଖବର View all

    Find Us on Facebook