Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭକ୍ତ ନିବାସରେ ପାର୍କିଂ ଫି ୨୪୦ଟଙ୍କାକୁ କମିଲା

    Share on :
    ajab-Image
    Date: Jan 18, 2026    Views: 2329

    ପୁରୀ: ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତ ନିବାସରେ ଚାରି ଚକିଆ ଯାନ ପାର୍କିଂ ପାଇଁ ଦିନକୁ ୫ ଶହ ଟଙ୍କା ଫି ନିୟମରେ ପରିବର୍ତ୍ତନ କରାଯାଇଛି। ଏଣିକି ଚାରିଚକିଆ ଯାନ ପାର୍କିଂ କଲେ ଆଉ ୫୦୦ ଟଙ୍କା ନୁହେଁ ଅନ୍ୟ ପାର୍କିଂ ଫି ଭଳି ୨୪୦ ଟଙ୍କା ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରବିବାରଠାରୁ ଏହି ନୂତନ ପାର୍କିଂ ଫି ଲାଗୁ କରାଯିବ। ତେବେ ଯେଉଁମାନେ ଭକ୍ତ ନିବାସରେ ରହିବେ କେବଳ ସେମାନଙ୍କ ଗାଡ଼ି ହିଁ ପାର୍କିଂ କରାଯିବ।
    ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଶନିବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତିମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି। ସରକାରଙ୍କ ଅନୁମୋଦନ ମିଳିବା ପରେ ହିଁ ଦିନ, ତିଥି, ଲଗ୍ନ ଓ ବାର ସ୍ଥିର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ରତ୍ନ ଅଳଙ୍କାର ଗଣତିମଣତି ସମୟରେ କେବଳ ପାଳିଆ ସେବାୟତ ଉପସ୍ଥିତ ରହିବେ।

    ବୈଠକ ଆରମ୍ଭରୁ ପ୍ରଥମେ ଆଦର୍ଶ ଗୁରୁକୁଳ ସୋସାଇଟି ସାଧାରଣ ପରିଷଦ ବୈଠକ ହୋଇଥିଲା। ଆଦର୍ଶ ଗୁରୁକୁଳ ପାଇଁ ବିର୍ଲା ସହ ପୂର୍ବରୁ ହୋଇଥିବା ଚୁକ୍ତିକୁ ବାତିଲ କରାଯାଇଛି। ନୂତନ ସଂସ୍ଥା ସହ ଏନେଇ ଏମଓୟୁ ହେବ। ଆଦର୍ଶ ଗୁରୁକୁଳ ପାଇଁ ମାଟିତୋଟାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଅନ୍ୟପଟେ ଖୁବଶୀଘ୍ର ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଆରମ୍ଭ ହେବାସହ ମହାପ୍ରଭୁଙ୍କ ପାଇଁ ନୂଆ ରତ୍ନପଲଙ୍କ ସେଟ୍ ନିର୍ମାଣ କରାଯାଇଛି। ସେହିପରି ଶ୍ରୀମନ୍ଦିର ଭିତରେ ସୁରକ୍ଷାକର୍ମୀଙ୍କ ସମେତ ସେବାୟତଙ୍କ ଲାଗି ମୋବାଇଲ ଫୋନ୍ ବ୍ୟବହାର ନେଇ କଟକଣା ଲାଗୁ ହୋଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେବା କଟକଣା ଉଭୟ ସେବାୟତ ଓ ଭକ୍ତଙ୍କ ପାଇଁ ଲାଗୁ ହେବ। କୌଣସି ସୁରକ୍ଷାକର୍ମୀ ମୋବାଇଲ ଫୋନ୍ ଶ୍ରୀମନ୍ଦିର ଭିତରେ ବ୍ୟବହାର କରିପାରିବେ ନାହିଁ। ତେବେ କଥାବାର୍ତ୍ତା ହେବା ପାଇଁ ସେମାନେ ଶ୍ରୀମନ୍ଦିର ଭିତରେ ଥିବା ଶାଖା କାର୍ୟ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ।

    Maximum 500 characters

    ତାଜା ଖବର View all

    Find Us on Facebook