Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ୟାରିସ ଅଲିମ୍ପିକ୍ସ: ନୀରଜ ଚୋପ୍ରା ଜିତିଲେ ରୌପ୍ୟ ପଦକ

    Share on :
    ajab-Image
    Date: Aug 9, 2024    Views: 4962

    ନୂଆଦିଲ୍ଲୀ:  ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ଆଉ ଏହି ପଦକ ଜିତି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା।ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଲେ ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ନୀରଜଙ୍କୁ ମିଳିଛି ରୌପ୍ୟ ପଦକ। ଜାତୀୟ ଥ୍ରୋରେ ୮୯.୪୫ ମିଟର ଫୋପାଡି ଜିତିଛନ୍ତି ସିଲଭର ମେଡାଲ।
    ନୀରଜଙ୍କ ୬ଟି ଥ୍ରୋ ମଧ୍ୟରୁ ୪ଟି ଫାଉଲ୍ ହୋଇଥିଲା। ତେବେ ଦ୍ୱିତୀୟ ଥ୍ରୋରେ ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ରୌପ୍ୟ ପଦକ ପାଇଁ ଦାବିଦାର କରିଥିଲା। ସେପଟେ ପାକିସ୍ତାନର ଅର୍ସଦ ନଦୀମ୍ ୯୨.୯୭ ମିଟର ଫୋପାଡି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅଲିମ୍ପିକ୍ ଜାଭଲିନ୍ ଫାଇନାଲ୍ କିନ୍ତୁ ଭାରତ-ପାକିସ୍ତାନ ଲଢ଼େଇ ଭଳି ଦୃଶ୍ୟମାନ ହୋଇଥିଲା। ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ୱର୍ଣ୍ଣ ପଦକ ଜିତିନେଇଥିଲେ। ପଡ଼ୋଶୀ ପାକିସ୍ତାନର ଏହା ସର୍ବପ୍ରଥମ ଅଲିମ୍ପିକ୍ସ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ହୋଇଛି। ପୂର୍ବରୁ କେବଳ ଦୁଇଟି କାଂସ୍ୟ ଜିତିଥିଲା ପାକିସ୍ତାନ। 

    Maximum 500 characters

    ଖେଳ ଖବର View all

    Find Us on Facebook