ଭୁବନେଶ୍ୱର: ଭୁବନେଶ୍ୱରରେ ଡିଜିପି-ଆଇଜିପି ସମ୍ମିଳନୀବେଳେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଧମକ ଦେବା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଓଡ଼ିଶାରେ ଏହାର ତଦନ୍ତ କରୁଥିବା କ୍ରାମଇବ୍ରାଞ୍ଚ ଏସଟିଏଫ ଏନେଇ ଗୁଗୁଲକୁ ଚିଠି କରିଥିବା ଜଣାଯାଇଛି । କେଉଁ ଆଇଡିରୁ ଅଡିଓ ଆସିଥିଲା ସେନେଇ କ୍ରାଇମବ୍ରାଞ୍ଚ ଗୁଗୁଲକୁ ତଥ୍ୟ ମାଗିଛି । ଆବଶ୍ୟକ ହେଲେ ଏହି ମାମଲାର ତଦନ୍ତ ଏନଆଇଏ ଦ୍ୱାରା କରାଯିବାକୁ ନେଇ ମଧ୍ୟ ସୂଚନା ମିଳିଛି ।
ପ୍ରକାଶ ଯେ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଖଲିସ୍ତାନୀ ଆତଙ୍କୀ ଧମକ ମିଳିଥିଲା । ଡିଜିପି ସମ୍ମିଳନୀକୁ ନେଇ ଧମକପୂର୍ଣ୍ଣ ମେସେଜ ଆସିଥିଲା । ବିଚ୍ଛିନ୍ନତାବାଦୀ ଖଲିସ୍ତାନୀ ଆତଙ୍କବାଦୀ ପନୁନ ପକ୍ଷରୁ ଏହି ମେସେଜ ଆସିଥିଲା । ସର୍ବଭାରତୀୟ କାର୍ୟ୍ୟକ୍ରମକୁ ଟାର୍ଗେଟ କରିବାକୁ ପନୁନ ଆହ୍ୱାନ ଦେଇଥିଲା । ମନ୍ଦିର ଓ ହୋଟେଲରେ ଛଦ୍ମବେଶରେ ରହି କାର୍ୟ୍ୟକ୍ରମରେ ବିଭ୍ରାଟ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ପନୁନ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା ।
Comments ସମସ୍ତ ମତାମତ