ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ. ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ଜିଲାକୁ ହେଲିକପ୍ଟର ଗସ୍ତ କାର୍ଯ୍ୟକ୍ରମ ସଂପର୍କିତ ଖର୍ଚ୍ଚକୁ ନେଇ ସୂଚନା ଅଧିକାର କର୍ମୀ ସୁଧୀର ମହାନ୍ତି ସଙ୍ଗିନ ଅଭିଯୋଗ କରିଛନ୍ତି। ଲୋହିଆଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମହାନ୍ତି କହିଛନ୍ତି, ଏ ସଂକ୍ରାନ୍ତରେ ଜିଲା ଜଜ୍ଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ। ସେ କହିଛନ୍ତି, ଜିଲା ଜଜ୍ଙ୍କ ରାୟକୁ ଆଧାର କରି ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନ ଦୋଷ ମୁକ୍ତ ବୋଲି ବିଜେଡି ଖବରଦାତା ସମ୍ମିଳନୀ କରି କହିଛି। ମାତ୍ର ବାସ୍ତବରେ ତାହା ସତ୍ୟ ନୁହେଁ, ଏହି ଅଭିଯୋଗ ଉପରେ କୌଣସି ତଦନ୍ତ ହୋଇନାହିଁ। ତେଣୁ ଜିଲା ଜଜ୍ଙ୍କ ଅର୍ଡରକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବ। ଏହି ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ, ପ୍ରଦୀପ ପ୍ରଧାନ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ସମସ୍ତ ତଥ୍ୟ ଉପସ୍ଥାପନ କରି ବିଜେଡି ଓ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ତ୍ତମନ୍ତ୍ରୀ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଏନେଇ ଦେଇଥିବା ତଦନ୍ତ ନିର୍ଦ୍ଦେଶ ରିପୋର୍ଟ ସର୍ବସାଧାରଣରେ ଉପସ୍ଥାପନ କରିବାକୁ ଉଭୟେ ଦାବି କରିଛନ୍ତି।
Comments ସମସ୍ତ ମତାମତ