Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତାଳଗଛ ଲଗାଇବାକୁ ସରକାର ଖର୍ଚ୍ଚ କରିବେ ୬ କୋଟି

    Share on :
    ajab-Image
    Date: May 18, 2025    Views: 4540

    ଭୁବନେଶ୍ୱର: ରାଜ୍ୟରେ ବଜ୍ରପାତ ଜନିତ କ୍ରମବର୍ଦ୍ଧଷ୍ଣୁ ମୃତ୍ୟୁସଂଖ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ବଜ୍ରପାତରେ ୧୩ ଜଣ ଲୋକଙ୍କ ଜୀବନ ଯାଇଥିବାବେଳେ ଗତ ୩ ମାସ ମଧ୍ୟରେ ବଜ୍ରପାତରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏହା ରାଜ୍ୟ ପାଇଁ ଏକ ସଙ୍କଟମୟ ସ୍ଥିତି ଉତ୍ପନ୍ନ କରିଛି। ବଜ୍ରପାତ ମୃତ୍ୟୁ ବଢ଼ିବା ପରେ ଏବେ ରାଜ୍ୟ ସରକାରଙ୍କୁ ଘାରିଛି ‘ଗୋଟମା’ ଚିନ୍ତା। ଏହାର ମୁକାବିଲା ଲାଗି ତାଳଗଛ ଲଗାଇବାକୁ ଯୋଜନା କରିଛନ୍ତି। ଚଳିତ ବର୍ଷ ଏ ବାବଦରେ ସରକାର ୬ କୋଟି ଟଙ୍କା ଖର୍ଚ୍ଚ କରିବେ। ଗତବର୍ଷ ରାଜ୍ୟର ୫୧ ବନଖଣ୍ଡରେ ୧୯ ଲକ୍ଷ ତାଳଗଛ ଲଗାଯାଇଥିଲା।
    ସୂଚନାଯୋଗ୍ୟ ଯେ ବଜ୍ରପାତରେ ଦେଶରେ ସର୍ବାଧିକ ମୃତ୍ୟୁ ଓଡ଼ିଶାରେ ହେଉଛି।ଗତ ୧୧ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ପ୍ରାୟ ୩୭୯୦ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଛି। ସେହିପରି ୨୦୨୧-୨୨ରୁ ୨୦୨୩-୨୪ ଅର୍ଥାତ୍‌ ଗତ ୩ ବର୍ଷରେ ବଜ୍ରପାତରେ ଓଡ଼ିଶାରେ ୭୯୧ ଜଣ ଲୋକଙ୍କ ଜୀବନ ଯାଇଛି। ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ସର୍ବାଧିକ ବଜ୍ରପାତର ଶିକାର ହେଉଥିବା ତଥ୍ୟରୁ ଜଣାପଡ଼ିଛି। ଏକ ଗବେଷଣା ରିପୋର୍ଟ ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳରେ ଅର୍ଥାତ୍‌ ରାଜ୍ୟର ୯୬ ପ୍ରତିଶତ ବଜ୍ରପାତ ଗ୍ରାମାଞ୍ଚଳରେ ହିଁ ହୋଇଥାଏ। କୃଷକମାନେ ଜମିରେ କାମ କରୁଥିବା ବେଳେ ଶ୍ରମିକମାନେ ବାହାରେ କାମ କରୁଥିବା ବେଳେ ବଜ୍ରପାତର ସର୍ବାଧିକ ଶିକାର ହୋଇଥାନ୍ତି ବୋଲି ଉକ୍ତ ରିପୋର୍ଟ ଦାବି କରିଛି। ତେଣୁ ବଜ୍ରପାତର ମୁକାବିଲା ପାଇଁ ସରକାର ତାଳଗଛ ରୋପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook