ମୁଖ୍ୟ ଖବର
ଭୁବନେଶ୍ୱର: ବ୍ରହ୍ମପୁର ବଡ ମସଜିଦ ସାହିର ରାହିମା ଆରା । ଦୀର୍ଘ ୨୫ ବର୍ଷ ହେବ ପରିବାର ସହ ଓଡ଼ିଶାରେ ରହୁଛନ୍ତି । କିନ୍ତୁ ପରିଚୟ ତାଙ୍କର ପାକିସ୍ତାନୀ । ଭାରତୀୟଙ୍କୁ ବିବାହ କରିଥିବାରୁ ଦୀର୍ଘବର୍ଷ ହେବ ଦୀର୍ଘ ମିଆଦି ଭିସାରେ ବ୍ରହ୍ମପୁରରେ ରହୁଥିଲେ । ହେଲେ ପହଲଗାମ ଆକ୍ରମଣ ପରେ ଯେତେବେଳେ ତାଙ୍କୁ ଦେଶ ଛାଡିବାକୁ କୁହାଯାଇଛି ସେତେବେଳେ ଭାରତ ଛାଡିବାକୁ ନାରଜ ରାହିମା ଆରା । କେନ୍ଦ୍ରର ନିର୍ଦ୍ଦେଶ ପରେ ରାହିମାଙ୍କୁ ନୋଟିସ କରିଥିଲା ବ୍ରହ୍ମପୁର ପୋଲିସ । କିନ୍ତୁ କଣ୍ଟ ପୁରି ଯାଇଥିଲେ ମଧ୍ୟ ରାହିମା ପରିବାର ଛାଡି ପାକିସ୍ତାନ ଯିବାକୁ ପ୍ରସ୍ତୁତ ନୁହଁନ୍ତି ।
କେବଳ ରାହିମା ନୁହଁନ୍ତି ଓଡ଼ିଶାରେ ୧୨ ଜଣ ପାକିସ୍ତାନୀଙ୍କୁ ଚିହ୍ନଟ କରିଥିଲା ପ୍ରଶାସନ । ମାତ୍ର ଜଣିଏ ପାକିସ୍ତାନୀ ଭାରତ ଛାଡିଥିବା ବେଳେ ଏବେ ବି ୧୧ ଜଣ ପାକିସ୍ତାନୀ ଓଡ଼ିଶା ଛାଡିନାହାନ୍ତି । ସୋରର ରଜିଆ ସୁଲତାନା, ବଲାଙ୍ଗୀରର ସାରଦା କୁକ୍ରେଜା, କଟକରେ ଥିବା ୫ପାକିସ୍ତାନୀ ମହିଳା ମଧ୍ୟ ଓଡ଼ିଶା ଛାଡି ନଥିବା ସୂଚନା ମିଳିଛି । ସମସ୍ତେ ପାକିସ୍ତାନୀ ହୋଇଥିଲେ ବି ଓଡ଼ିଶାରେ ବାହା ହୋଇ ଦୀର୍ଘ ବର୍ଷ ହେବ ବୋହୁ ଭାବେ ରହି ଆସୁଛନ୍ତି ।ଅନ୍ୟପଟେ ଦୀର୍ଘମିଆଦି ଭିସାରେ ଏମାନେ ଭାରତରେ ଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିଛି ପୋଲିସ । ଏସବୁ ଭିତରେ ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଆଇନମନ୍ତ୍ରୀ । ପାକିସ୍ତାନୀଙ୍କୁ ଦେଶାନ୍ତର କରାଯିବ । କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ କାର୍ୟ୍ୟ କରିବ ।ପାକିସ୍ତାନୀଙ୍କ ପରେ ପଡିବ ବାଂଲାଦେଶୀଙ୍କ ପାଳି । ଅନୁପ୍ରବେଶ କରିଥିବା ବାଂଲାଦେଶୀଙ୍କୁ ବିଜେପି ସରକାରରେ ପ୍ରଶୟ ଦିଆଯିବନି ବୋଲି ରୋକଠୋକ କହିଛନ୍ତି ଆଇନମନ୍ତ୍ରୀ ।
Comments ସମସ୍ତ ମତାମତ