Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓର୍‌ମାସ୍‌ର ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍‌: ପରମ୍ପରା ଓ ହସ୍ତଶିଳ୍ପର ଅପୂର୍ବ ସମ୍ମିଶ୍ରଣ

    Share on :
    ajab-Image
    Date: Oct 18, 2025    Views: 3023

    ଭୁବନେଶ୍ୱର:ଦୀପାବଳି ଉପଲକ୍ଷେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସଂସ୍ଥା (ଓର୍‌ମାସ୍‌) ପକ୍ଷରୁ ଭୁବନେଶ୍ୱର ୟୁନିଟ୍‌ ୮ ସ୍ଥିତ ଏସ୍‌ଆଇଆର୍‌ଡି କ୍ୟାମ୍ପସ୍‌ ସମ୍ମୁଖରେ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ଓର୍‌ମାସ୍‌ର ମୁଖ୍ୟ କାର୍ୟ୍ୟନର୍ବାହୀ ଅଧିକାରୀ ଡା. ମୋନିକା ପ୍ରିୟଦର୍ଶିନୀ ଏହି ଷ୍ଟଲକୁ ଉଦ୍‌ଘାଟନ କରି ଭୁବନେଶ୍ୱରବାସୀ ଏହି ଷ୍ଟଲ ଜରିଆରେ ଗ୍ରାମାଞ୍ଚଳର ହସ୍ତଶିଳ୍ପୀ ଓ କାରିଗରୀମାନଙ୍କ ହସ୍ତନିର୍ମିତ ଉତ୍ପାଦକୁ ସିଧାସଳଖ ହାତପଆନ୍ତାରେ ପାଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ଓର୍‌ମାସ୍‌ର ଏହି ପ୍ରୟାସ ଗ୍ରାମୀଣ ଉତ୍ପାଦକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କୁ ଆତ୍ମନିର୍ଭର କରୁଛି ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଡା. ପି୍ରୟଦର୍ଶିନୀ ବିଭିନ୍ନ ଜିଲ୍ଲାରୁ ଆସିଥିବା ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭାବବିନିମୟ କରିବା ସହ ସେମାନଙ୍କୁ ଏପରି ଉତ୍ପାଦ ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ଦେଇଥିଲେ । 

    ଏହି ଷ୍ଟଲଟି ଅକେଫାବର ୨୧ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟହ ସକାଳ ୧୦ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ । ଇଚ୍ଛୁକ ଜନସାଧାରଣ ଏଠାରେ ଗ୍ରାମୀଣ ସାମାଜିକ ସଂସ୍ଥାଗୁଡ଼ିକର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତନିର୍ମିତ ଉତ୍ପାଦ କିଣିପାରିବେ । ଚଳିତ ବର୍ଷ ଏହି ଷ୍ଟଲରେ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ ଓ ସୋନପୁର ଜିଲ୍ଲାର ଉତ୍ପାଦକ ଗୋଷ୍ଠୀମାନେ ନିଜର ଉତ୍ପାଦ ବିକି୍ର କରୁଛନ୍ତି । ଏଠାରେ ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ମାଟି ଦୀପ, ଟେରାକୋଟା ମୂର୍ତ୍ତି, ରାଗିଲଡ଼ୁ, ନଡ଼ିଆତେଲ, ଝାଡ଼ୁ, ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ, ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ବିକି୍ରୟ ହେଉଛି । ଏହା ସହିତ ଗଞ୍ଜାମ ଜିଲ୍ଲାର ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଚକୋଲେଟ୍‌ ଗିଫଫହାମ୍ପର ଓ ପିକଲ୍‌ ଗିଫଫହାମ୍ପର ଭଳି ଦୁଇପ୍ରକାର ଗିଫଫହାମ୍ପର (ଉପହାର ) ଗ୍ରାହକମାନଙ୍କର ମୁଖ୍ୟ ଆକର୍ଷର ପାଲଟିଛି । 
    ସୂଚନାଯୋଗ୍ୟ ଯେ ଗ୍ରାମୀଣ କାରିଗର ଓ ଉତ୍ପାଦକମାନଙ୍କ ପାଇଁ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓର୍‌ମାସ୍‌ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ରାଜ୍ୟର ଗ୍ରାମୀଣ ଓ କୁଟୀର ଶିଳ୍ପର ଆଦୃତି ବୃଦ୍ଧି ପାଇବା ସହ ଆମର ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହୋଇପାରିବ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook