Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଓପିଏସ୍‌ସି, ଓଏସ୍‌ଏସ୍‌ସିରେ ଦୁଇଜଣ ଲେଖାଏଁ ସଦସ୍ୟଙ୍କୁ ସାମିଲ

    Share on :
    ajab-Image
    Date: May 14, 2025    Views: 3221

    ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଓ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି)ରେ ଦୁଇଜଣ ଲେଖାଏଁ ସଦସ୍ୟଙ୍କୁ ସାମିଲ କରାଯାଇଛି। ଜଣଗଣନା ନିର୍ଦ୍ଦେଶକ ଥିବା ଆଇଏଏସ୍‌ ଅଧିକାରୀ ଉଦୟ ନାରାୟଣ ଦାସ ଏବଂ ପୁରୀସ୍ଥିତ ଏସ୍‌ସିଏସ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମିହିର ପ୍ରସାଦ ମିଶ୍ରଙ୍କୁ ଓପିଏସ୍‌ସି ସଦସ୍ୟ ଭାବେ ନୂତନ ନିଯୁକ୍ତି ଦିଆଯାଇଛି। ତାଙ୍କର କାର୍ୟ୍ୟକାଳ ୬ ବର୍ଷ ବା ସେମାନଙ୍କୁ ୬୨ ବର୍ଷ ହେବା ଯାଏଁ ରହିବ ବୋଲି ଦର୍ଶାଯାଇଛି।
    ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଥିବା ଡ. ଶୃତି ଦାସ୍‌ ଏବଂ ଅବସରପ୍ରାପ୍ତ ଆଇଏସ୍‌ ଅଧିକାରୀ ସୁଧାକର ବୁର୍ଗିଙ୍କୁ ଓଏସ୍‌ଏସ୍‌ସିର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ କାର୍ୟ୍ୟକାଳ ୫ ବର୍ଷ ବା ୬୫ ବର୍ଷ ହେବା ପର୍ୟ୍ୟନ୍ତ ରହିବ। ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook