Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରୀ କାର୍ୟ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

    Share on :
    ajab-Image
    Date: Jul 27, 2024    Views: 4158

    ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ୟ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ୟ୍ୟ ଓଡିଆ ଭାଷାରେ ସମ୍ପାଦନ କରାଯିବ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଶୁକ୍ରବାର ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ା

    ଏଥିପାଇଁ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଅଧସ୍ତନ କାର୍ୟ୍ୟାଳୟଗୁଡିକୁ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିବାକୁ ଡ. ପାଢୀ ଉଲ୍ଲେଖ କରିଛନ୍ତି ା ମୁଖ୍ୟମନ୍ତ୍ରୀ ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ଓ ସୁଗମ କରିବା ନିମନ୍ତେ ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଏ ଦିଗରେ ବିଭାଗୀୟ ଅଧିକାରୀମାନେ ଯନତ୍ବାନ ହେବା ସହିତ ଏହାର ଅନୁପାଳନ ସମ୍ବନ୍ଧରେ ବିଭାଗକୁ ନିୟମିତ ଅବଗତ କରିବାକୁ ଡ. ପାଢୀ ନିର୍ଦ୍ଦେଶ ଦେଇଛନ୍ତି ା

    Maximum 500 characters

    ରାଜ୍ୟ ଖବର View all

    Find Us on Facebook