Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସେପ୍ଟେମ୍ବର ୧୫ରୁ ଓଡ଼ିଶା ପ୍ରୋ ଟି-୨୦ଲିଗ୍‌ : ବ୍ରେଟ୍‌ ଲି, ଦେବାଶିଷ ବ୍ରାଣ୍ଡ୍‌ ଆମ୍ବାସାଡର୍‌

    Share on :
    ajab-Image
    Date: Sep 1, 2025    Views: 3060

    କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୫ ତାରିଖରୁ ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓପିଟିଏଲ୍‌)ର ପ୍ରଥମ ସଂସ୍କରଣ ଖେଳାଯିବ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ) ଏହି ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ ଲିଗ୍‌ ଆୟୋଜନ କରିବ। ଏହି ମେଗା ଟୁର୍ଣ୍ଣାମେଣ୍ଟ ଲାଗି ମହାନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ୍‌ ଲି ଓ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି ବ୍ରାଣ୍ଡ୍‌ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି।

    ପୁରୀରେ ରବିବାର ଆୟୋଜିତ ଓସିଏର ବାର୍ଷିକ ସାଧାରଣ ପରିଷଦ(ଏଜିଏମ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବ୍ରେଟ୍‌ ଲି’ଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର୍‌ଙ୍କୁ ଆମ୍ବାସାଡର ନିଯୁକ୍ତ କରିବା ପରେ ଦେଶରେ ବିଭିନ୍ନ ରାଜ୍ୟରେ ଆୟୋଜିତ ହେଉଥିବା ଅନ୍ୟ ଲିଗ୍‌ ଭଳି ଏହାର ଗୁରୁତ୍ୱ ବେଶ୍‌ ବଢ଼ିବ ବୋଲି ଆଶା କରାଯାଛି। ୪୮ ବର୍ଷୀୟ ଲି ମଧ୍ୟ ଏହି ଲିଗ୍‌ର ସ୍ୱତନ୍ତ୍ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ବୋଲି ଜଣାପଡ଼ିଛି।

    ସେପ୍ଟେମ୍ବର ୨୪ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ଏହି ଲିଗ୍‌ରେ ୬ଟି ଦଳ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦିନ ୨ଟି ଲେଖାଏ ମ୍ୟାଚ୍‌ ଖେଳାଯିବ। ଆରିଭା ସ୍ପୋର୍ଟ୍ସ ଏହି ଲିଗ୍‌ର ପ୍ରାୟୋଜକ ରହିଛି। ସମସ୍ତ ମ୍ୟାଚ୍‌ ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱର୍କରେ ସିଧାପ୍ରସାରଣ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଅଂଶଗ୍ରହଣକାରୀ ୬ଟି ଦଳ ସେପ୍ଟେମ୍ବର ୩ରେ ଖେଳାଳି କ୍ରୟ କରିବେ ବୋଲି ଜଣାପଡ଼ିଛି। ପ୍ରତ୍ୟେକ ଖେଳାଳିଙ୍କୁ ଡ୍ରାଫ୍ଟ ଆକାରରେ କିଣାଯିବ। ଖେଳାଳିମାନଙ୍କ କାଟାଗୋରୀ ଓ ମୂଲ୍ୟ ଧାର୍ୟ୍ୟ ହୋଇସାରିଛି।

    Maximum 500 characters

    ଖେଳ ଖବର View all

    Find Us on Facebook