Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଶୁବମନ ଗିଲ ନୂଆ ଦିନିକିଆ ଅଧିନାୟକ

    Share on :
    ajab-Image
    Date: Oct 4, 2025    Views: 3199

    ଟେଷ୍ଟ ପରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ଯୁବ ବ୍ୟାଟର ଶୁବମନ ଗିଲ। ‌ଅକ୍ଟୋବର ୧୯ରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଆରମ୍ଭ ହେବ ଗିଲଙ୍କ ଯୁଗ। ପୂର୍ବରୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ ରୋହିତ ଶର୍ମା।ହେଲେ ତାଙ୍କୁ ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ୍ସି ପଦରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ଗିଲଙ୍କୁ ଦିନିକିଆ ଦଳର କମାଣ ଧରାଇ ଦିଆଯାଇଛି। ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଗିଲଙ୍କୁ ଏବେ ଠାରୁ କ୍ୟାପ୍ଟେନ ଦାୟିତ୍ୱ ହସ୍ତାନ୍ତର କରିଛି ବିସିସିଆଇ।

    ଆଜି ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି।  ଏହି ସ୍କ୍ୱାଡରେ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ଦୁଇ ଭେଟରାନ କ୍ରିକେଟର ରୋହିତ ଶର୍ମା  ଓ ବିରାଟ କୋହଲିଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି।
    ରୋହିତ ସ୍କ୍ୱାଡରେ ରହିବାକୁ ଥିଲେ ହେଁ ଆଉ ଅଧିନାୟକ ଭୂମିକାରେ ରହିବେ ନାହିଁ। ସେ ଜଣେ ସାଧାରଣ ବ୍ୟାଟର ଭାବେ ଖେଳିବେ। ରୋହିତ ଓ ବିରାଟଙ୍କୁ ଶେଷଥର ଆଇପିଏଲରେ ଦେଖିବବାକୁ ମିଳିଥିଲା। ସେହିପରି ଭାରତ ପାଇଁ ଉଭୟ ଶେଷଥର ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିଥିଲେ। ଦୀର୍ଘ ସମୟର ବ୍ୟବଧାନ ପରେ ଉଭୟଙ୍କୁ ସିଧା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିବ ।

    ୨୬ ବର୍ଷୀୟ ଗିଲଙ୍କ ନେତୃତ୍ୱରେ ଉଭୟ ରୋହିତ ଓ ବିରାଟ ଦିନିକିଆ କ୍ରିକେଟ ଖେଳିବେ। ଗିଲଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଅର୍ଥାଆତ ମେ’କ୍ ମାସରେ ଟେଷ୍ଟ ଟିମର ଅଧିନାୟକ କରାଯାଇଥିଲା। ନିକଟରେ ସେ ଭାରତର ନୂଆ ଟି-୨୦ ଉପ ଅଧିନାୟକ ଭାବେ ଦାୟିତ୍ୱ ପାଇଥିଲେ। ଏବେ ତାଙ୍କୁ ଦିନିକିଆ କ୍ରିକେଟର ଅଧିନାୟକ କରାଯାଇଛି। 

    ରୋହିତ ଶର୍ମା ୨୦୨୧ ଡିସେମ୍ବର ମାସରୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook