Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି

    Share on :
    ajab-Image
    Date: Sep 4, 2026    Views: 3271

    ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା (ଓଏଏସ୍‌)ର ୧୪ ଜଣ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)କୁ ପଦୋନ୍ନତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କ୍ରମେ ଏହି ପଦୋନ୍ନତି ଦିଆଯାଇଥିବା ନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ନିୟମାବଳୀ, ୧୯୫୪ର ନିୟମ ୫(୧) ଅନୁଯାୟୀ ଏହି ଅଧିକାରୀମାନେ ୨୦୨୫ ବର୍ଷ ପାଇଁ ‘ଓଡ଼ିଶା କ୍ୟାଡର’ର ଆଇଏଏସ୍‌ ଅଧିକାରୀ ଭାବେ ନିଯୁକ୍ତି ପାଇବେ।ବିଜ୍ଞପ୍ତି ଅନୁଯାୟୀ ପଦୋନ୍ନତି ପାଇଥିବା ଅଧିକାରୀମାନେ ହେଲେ ସୂର୍ଯ୍ୟନାରାୟଣ ଦାସ, ସୁମିତା ସରକାର, ବଳମକୁନ୍ଦ ଭୂୟାଁ, ସୌଦାମିନୀ ସେଠୀ, ମଧୁମିତା ନାୟକ, ଜ୍ୟୋତିର୍ମୟୀ ପ୍ରଧାନ, ମଧୁମିତା ନାୟକ, ବବିତା ମହାନ୍ତି, ଅନୁଜ କୁମାର ଦାସ ପଟ୍ଟନାୟକ, ଜ୍ୟୋତିରଞ୍ଜନ ମିଶ୍ର, ସୁରେନ୍ଦ୍ର କୁମାର ପଣ୍ଡା, ଶୁଭ୍ରା ମହାନ୍ତି, ସଂଘମିତ୍ରା ଶତପଥୀ ଓ ହିମାଂଶୁ ଶେଖର ବେହେରା।ଓଏଏସ୍‌ରୁ ଆଇଏଏସ୍‌କୁ ଏହି ପଦୋନ୍ନତି ଫଳରେ ରାଜ୍ୟ ପ୍ରଶାସନିକ ସେବାର ଅଭିଜ୍ଞ ଅଧିକାରୀମାନେ ଏଣିକି ଭାରତୀୟ ପ୍ରଶାସନିକ ସେବାର ଦାୟିତ୍ୱ ତୁଲାଇବେ।

    Maximum 500 characters

    ତାଜା ଖବର View all

    Find Us on Facebook