ମୁଖ୍ୟ ଖବର
ଭୁବନେଶ୍ୱର: ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ଆଜି ମଧ୍ୟାହ୍ନରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ଦୁଇ ହେବିୱେଟ୍ । ପ୍ରାର୍ଥୀ ପତ୍ର ଦାଖଲ କରିବା ସହ ଶକ୍ତି ପ୍ରଦର୍ଶନ କରିବେ ଜୟ । ଜୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦମାନେ ଉପସ୍ଥିତ ରହିବେ । ଗତ ୧୬ରେ ଜୟ ପ୍ରାର୍ଥୀ ପତ୍ର ଦାଖଲ କରିବେ ବୋଲି କୁହାଯାଇଥିଲା, ହେଲେ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଆଜି ଶୁଭମୁହୂର୍ତ୍ତ ଥିବାରୁ ସେ ନାମାଙ୍କନ ଦାଖଲ କରିବେ ।
ସେପଟେ ଘାସିରାମ ମାଝୀଙ୍କ ନାମାଙ୍କନ ଦାଖଲ ବେଳେ ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ନୂଆପଡା ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି ।
Comments ସମସ୍ତ ମତାମତ