Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନୂଆପଡ଼ା ଉପନିର୍ବାଚନ: ପୂର୍ବବର୍ତ୍ତୀ ଅପରାଧିକ ତଥ୍ୟ ପରିପ୍ରକାଶ ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ

    Share on :
    ajab-Image
    Date: Oct 17, 2025    Views: 3344

    ଭୁବନେଶ୍ୱର: ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ସମେତ ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କ ସମସ୍ତ ପୂର୍ବବର୍ତ୍ତୀ ଅପରାଧିକ ତଥ୍ୟ ପରିପ୍ରକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ଅଟେ । 
    ନୂଆପଡ଼ା ନିର୍ବାଚନ ମଣ୍ଡଳୀ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ
    ରାଜନୈତିକ ଦଳମାନେ ପ୍ରାର୍ଥୀଚୟନର ୪୮ ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ସ୍ୱକୀୟ ଅଫିସିଆଲ ସୋସିଆଲ ମିଡ଼ିଆ ଓ ୱେବସାଇଟ ମାଧ୍ୟମରେ ଫର୍ମ-ସି ୭ (Form C-7)ର ସୁସ୍ପଷ୍ଟ ପରିପ୍ରକାଶ କରିବେ । ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ-୮ ସି (Form 8 C) (ଫର୍ମ-ସି ୭ (Form C7)ର ନକଲ ସଂଲଗ୍ନ କରି) ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପ୍ରେରଣ କରିବେ । ନାମାଙ୍କନର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୫ (ସୋମବାର) ସୁଦ୍ଧା ଫର୍ମାଟ-ସିଏ (Format CA)କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଫର୍ମ ୭ ଏ(Form 7 - A)କୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ଉପରୋକ୍ତ ସମସ୍ତ ଦସ୍ତାବିଜ୍‌  camc-eci@eci.gov.in  ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ । 
    ବିଶେଷ ସୂଚନା କ୍ରମେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଜଣାଇ ଦିଆଯାଉଛି ଯେ ଉପରୋକ୍ତ ନିର୍ଦ୍ଦେଶାବଳୀକୁ ପାଳନ ନ କରିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଭାବରେ ବିବେଚିତ କରାଯିବ । 
    ଏ ସମ୍ବନ୍ଧରେ ଅଧିକ ସୂଚନା ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଓ ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ହାଣ୍ଡେଲରୁ ପାଇପାରିବେ ।

    Maximum 500 characters

    ତାଜା ଖବର View all

    Find Us on Facebook