Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆପଡାରେ ବିଜେଡି ଫ୍ରଣ୍ଟ ଫୁଟରେ ଅଛି: ପ୍ରୀତିରଞ୍ଜନ

    Share on :
    ajab-Image
    Date: Oct 17, 2025    Views: 2660

    ଭୁବନେଶ୍ୱର: ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ନେତା ପ୍ରୀତି ରଞ୍ଜନ ଘଡେଇଙ୍କ ପ୍ରତିକ୍ରିୟା। ୧୬ ମାସରେ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିବ ବିଜେଡି। ଆଇନଶୃଙ୍ଖଳା ପରିସ୍ଥିତି, ଛାତ୍ରଛାତ୍ରୀ ସୁରକ୍ଷା ଓ ଚାଷୀ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ। ଏ ସବୁ ନୂଆପଡାବାସୀ ଅନୁଭବ କରି ସାରିଛନ୍ତି। ନୂଆପଡା ବିକାଶରେ ନବୀନ ଆଙ୍କିଥିବା ବିକାଶ ଚିତ୍ରକୁ ମୁଦ୍ଦା କରିବ । ବିଜେଡି ଫ୍ରଣ୍ଟ ଫୁଟରେ ଅଛି। ନୂଆପଡା ଉପନିର୍ବାଚନରେ ଉଚିତ ଜବାବ ଦେବେ ନୂଆପଡା ବାସୀ । ସାରା ରାଜ୍ୟ ନବୀନଙ୍କ ନେତୃତ୍ବରେ ସୁରକ୍ଷିତ ଥିଲା। ବର୍ତ୍ତମାନ ମୋହନ ସରକାର ଅମଳରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ିଯାଇଛି। ନୂଆପଡାରେ ବିଜେଡି ଭଲ ବ୍ୟବଧାନରେ ବିଜୟୀ ହେବ ବୋଲି କହିଛନ୍ତି ବିଜେଡି ନେତା ପ୍ରୀତି ରଞ୍ଜନ ଘଡ଼େଇ।

    Maximum 500 characters

    ରାଜନୀତି View all

    Find Us on Facebook