Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମିଶନ ନୂଆପଡା, ୫୨ ନେତାଙ୍କୁ ଦାୟିତ୍ବ ଦେଲେ ନବୀନ

    Share on :
    ajab-Image
    Date: Oct 17, 2025    Views: 2512

    ଭୁବନେଶ୍ବର: ପାଖେଇ ଆସୁଛି ନୂଆପଡା ଉପନିର୍ବାଚନ । ଆସନ ହାତେଇବାକୁ କସରତ ଆରମ୍ଭ କରିଦେଲେଣି ପ୍ରମୁଖ ଦଳ । ଏହି ପରିପ୍ରେକ୍ଷୀରେ ମିଶନ ନୂଆପଡାକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ୫୨ ଜଣ ନେତାଙ୍କୁ ନୂଆପଡା ଦାୟିତ୍ବ ଦେଇଛନ୍ତି । ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇଟି ବ୍ଲକ ଓ ଦୁଇଟି ଏନଏସିରେ ପ୍ରଚାର ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ । ନୂଆପଡା ଓ କୋମନା ବ୍ଲକ ପାଇଁ ୧୮ ଜଣ ଲେଖାଏଁ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।
    ନୂଆପଡ଼ା ବ୍ଲକ ପାଇଁ ଦଳ ୧୮ ଜଣ ନେତାଙ୍କୁ ଦେଇଛି । ନିରଂଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ପ୍ରତାପ ଜେନା, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଂଜନ ଘଡେଇ, ଧ୍ରୁବ ଚରଣ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରୋମାଞ୍ଚ ରଂଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହରା, ଦେବୀ ରଂଜନ ତ୍ରିପାଠୀ ଓ ନିହାର ରଂଜନ ବେହେରାଙ୍କୁ ଦାୟିତ୍ବ ମିଳିଛି ।
    ସେହିପରି ଖରିଆର ରୋଡ ଦାୟିତ୍ବରେ ଅଛନ୍ତି ୮ ନେତା । ରଣେନ୍ଦ୍ର ପ୍ରତାପ ସିଂହ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ ବିଶ୍ବାଳ, ଗୌତମ ବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥୀ ଏଠାରେ ଡେରା ଜମାଇବେ ।
    ସେହିପରି ନୂଆପଡ଼ା ଏନଏସି ପାଇଁ ୮ ଜଣ ନେତାଙ୍କୁ ମିଳିଛି ଦାୟିତ୍ୱ । ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ୟ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରିତା ସାହୁ ଓ ସ୍ବରୂପ ଦାସ କାର୍ୟ୍ୟ କରିବେ ।
    କୋମନା ବ୍ଲକର ଦାୟିତ୍ବରେ ରହିଛନ୍ତି ୧୮ ନେତା । ସେମାନେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ, ପ୍ରତାପ କେଶରୀ ଦେବ, ଅଧୀରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ଯୋଗେଶ ସିଂହ, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ, ନୀଳକଣ୍ଠ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ଶୁଭାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ବରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ବର ପାଣିଗ୍ରାହୀ, ରୋହିତ ଯୋଶେଫ୍ ତିର୍କି ଓ ଉମାକାନ୍ତ ସାମନ୍ତରାୟ ଦାୟିତ୍ୱ ତୁଲାଇବେ ।
    ଆସନ୍ତା ନଭେମ୍ବର ୧୧ରେ ନୂଆପଡାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ଆସନ୍ତାକାଲି( ଶନିବାର) ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ।

    Maximum 500 characters

    ରାଜନୀତି View all

    Find Us on Facebook