ମୁଖ୍ୟ ଖବର
ଭୁବନେଶ୍ବର: ବିହାରର ବିଧାନସଭା ନିର୍ବାଚନ ସହିତ ନୂଆପଡ଼ାର ଉପନିର୍ବାଚନ ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଧା ତାରିଖ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆସନ୍ତା ନଭେମ୍ବରରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହା ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିର୍ବାଚନରେ ବାଜିମାତ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି । କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନଥିଲେ ମଧ୍ୟ ଏଥର ନିମାପଡାରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, " ନୂଆପଡାରେ କଂଗ୍ରେସକୁ କେହି ହରାଇ ପାରିବେ ନାହିଁ। ଖୁବଶୀଘ୍ର ବହୁତ ଲୋକ କଂଗ୍ରେସରେ ଯୋଗ ଦେବେ। ମତଦନର ଶେଷ ଏକ ସପ୍ତାହ ପାଦରେ ଚାଲି ଭୋଟ ମାଗିବି।ପ୍ରତି ପଞ୍ଚାୟତରେ ପାଦରେ ଚାଲିଚାଲି ଭୋଟ ମାଗିବି। ବିଜେପି ଓ ବିଜେଡି ଶହ ଶହ କୋଟି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରୁହନ୍ତୁ । ଲୋକ ତାଙ୍କଠୁ ଖାଇବେ ଆମକୁ ଭୋଟ ଦେବେ । "
ସେ ଆହୁରି ମଧ୍ୟ କହିଛନ୍ତି, "ନୂଆପଡା ଉପନିର୍ବାଚନ ପାଇଁ ୱାର ରୁମ ଆରମ୍ଭ ହୋଇଗଲାଣି । କଂଗ୍ରେସ କର୍ମୀ କାମ ଆରମ୍ଭ କଲେଣି। କଂଗ୍ରେସର ବିଜୟ ପର୍ବ ନୂଆପଡାରୁ ଆରମ୍ଭ ହେବ ବୋଲି ସଂକେତ ଦେଲେ ଭକ୍ତ ଦାସ। 2019 ନିର୍ବାଚନରେ ବିଜେପିର ଏମପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କଠୁ ନୂଆପଡାରେ ଏକ ହଜାର ଭୋଟରେ ଆଗରେ ଥିଲେ ଭକ୍ତ ଦାସ। ନୂଆପଡା ସହ ତାଙ୍କର ସମ୍ପର୍କ ଦୃଢ଼। 50 ହଜାର ଭୋଟ ଘାସିରାମ ମାଝୀ ପୂର୍ବ ନିର୍ବାଚନରେ ପାଇଥିଲେ। ନିର୍ବାଚନ ପରେ ସେ ଜିଲ୍ଲା ସଂଯୋଜକ ଓ ଏବେ ଜିଲ୍ଲା ସଭାପତି ହେଲେ। ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ 15 ହଜାରରୁ ଅଧିକ ଭୋଟ ପାଇଥିଲେ। ଏହା କଂଗ୍ରେସ ଭୋଟ। ବିଜେଡି 62 ହଜାର ଭୋଟ ପାଇ ନିର୍ବାଚନ ଜିତିଥିଲା। କିନ୍ତୁ 65 ହଜାର ଭୋଟ ଆମ ଖାତାରେ ଅଛି ବୋଲି ଏହା ଆହୁରି ବଢିବ।"
Comments ସମସ୍ତ ମତାମତ