ମୁଖ୍ୟ ଖବର
ଭୁବନେଶ୍ବର: ବିହାରର ବିଧାନସଭା ନିର୍ବାଚନ ସହିତ ନୂଆପଡ଼ାର ଉପନିର୍ବାଚନ ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଧା ତାରିଖ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆସନ୍ତା ନଭେମ୍ବରରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏହା ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିର୍ବାଚନରେ ବାଜିମାତ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି । କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନଥିଲେ ମଧ୍ୟ ଏଥର ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।
ବିଜେପି ସରକାରରେ ଏହା ପ୍ରଥମ ଉନିର୍ବାଚନ ହେବାକୁ ଯାଉଛି । ତେଣୁ ଦଳ ପାଇଁ ଏହି ଆସନ ଜିତିବା ସମ୍ନାନଜନକ କଥା, ତେଣୁ କଳେବଳେ କୌଶଳେ ଦଳ ଆସନ ହାତେଇବାକୁ ରଣନୀତି ପ୍ରସ୍ତୁତ କରୁଛି । ସେପଟେ ବିଜେଡି ନିଜ ଆସନ ବଜାୟ ରଖିବାକୁ କୌଣସି ମଉକାକୁ କିପରି ହାତ ନଛଡା କରିବାକୁ ସେନେଇ ପ୍ରସ୍ତୁତ ଚଳାଇଛି । ଏହାରି ମଧ୍ୟରେ କଂଗ୍ରେସ ବି ପଛରେ ପଡିନି । ପିସିସି ସଭାପତି ଭକ୍ତ ଦାଶଙ୍କ ଏହା ନିଜ ଅଞ୍ଚଳ ହୋଇଥିବାରୁ ଦଳ ପାଇଁ ସମ୍ମାନର କଥା । ଏଣୁ ମତଦାନର ଏକ ସପ୍ତାହ ପୂର୍ବରୁ ଦଳର ନେତାଏ ଖାଲି ପାଦରେ ଚାଲି ଜନତାଙ୍କ ନିକଟତର ହେବ ବୋଲି କହିଛନ୍ତି । ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଏକଦା ଅଂଶବିଶେଷ ଥିବା ନୂଆପଡ଼ା ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କର ବଡ଼ ଦଖଲ ଥିଲା।
ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କଂଗ୍ରେସ ପକ୍ଷରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାହିଁକିନା ଦଳ ତାଙ୍କୁ ନିକଟରେ ଏହି ଜିଲ୍ଲା ପାଇଁ ସଭାପତି ଭାବେ ଚୟନ କରିଛି । ତା ଛଡା ଏଠାରେ ଘାସିରାମ ମାଝୀଙ୍କ ଦବଦବା ରହିଥିବା କହିଲେ ମଧ୍ୟ କିଛି ଭୁଲ ହେବନି । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟ୍ ନପାଇ ସେ ସ୍ୱାଧୀନ ପ୍ରାର୍ଥୀଭାବେ ଲଢି ପ୍ରାୟ 50,941 ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହି ନିର୍ବାଚନରେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇ ପ୍ରାୟ 15,501 ଭୋଟ ପାଇ ଚତୁର୍ଥ ସ୍ଥାନରେ ଥିଲେ।ଘାସିରାମ ମାଝୀ କହିଛନ୍ତି," AICC ନୂଆପଡାର ଜିଲ୍ଲା ସଭାପତି ଭାବେ ମୋତେ ବଡ଼ ଦାୟିତ୍ୱ ଦେଇଛି । ମୁଁ ଆଦିବାସୀ, ଖଟିଖିଆ ,ଦଳିତ ନିଷ୍ପେସିତଙ୍କ ପାଇଁ ପାଇଁ କାର୍ଯ୍ୟ କରିବି। ସେମାନଙ୍କ ବିକାଶରେ ମୋର ସହଯୋଗ ରହିବ । ଓଡ଼ିଶାରେ, ଛତିଶଗଡ଼ରେ ଏବଂ କେନ୍ଦ୍ରରେ ବିଜେପିର ସରକାର ରହିଛି। ପୂର୍ବରୁ ବିଜେଡି ସରକାର ବଡ ବଡ଼ିଆଙ୍କର ଥିଲା ଆଉ ଏବେ ବିଜେପି ସରକାର ମଧ୍ୟ ବଡ଼ ଲୋକଙ୍କ ସରକାର। କଂଗ୍ରେସ ସବୁବେଳେ ଗରିବ ଓ ଆଦିବାସୀଙ୍କ ସହ ଅଛି। "
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, " ନୂଆପଡାରେ କଂଗ୍ରେସକୁ କେହି ହରାଇ ପାରିବେ ନାହିଁ। ଖୁବଶୀଘ୍ର ବହୁତ ଲୋକ କଂଗ୍ରେସରେ ଯୋଗ ଦେବେ। ମତଦନର ଶେଷ ଏକ ସପ୍ତାହ ପାଦରେ ଚାଲି ଭୋଟ ମାଗିବି।ପ୍ରତି ପଞ୍ଚାୟତରେ ପାଦରେ ଚାଲିଚାଲି ଭୋଟ ମାଗିବି। ବିଜେପି ଓ ବିଜେଡି ଶହ ଶହ କୋଟି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରୁହନ୍ତୁ । ଲୋକ ତାଙ୍କଠୁ ଖାଇବେ ଆମକୁ ଭୋଟ ଦେବେ । "
ସେ ଆହୁରି ମଧ୍ୟ କହିଛନ୍ତି, "ନୂଆପଡା ଉପନିର୍ବାଚନ ପାଇଁ ୱାର ରୁମ ଆରମ୍ଭ ହୋଇଗଲାଣି । କଂଗ୍ରେସ କର୍ମୀ କାମ ଆରମ୍ଭ କଲେଣି। କଂଗ୍ରେସର ବିଜୟ ପର୍ବ ନୂଆପଡାରୁ ଆରମ୍ଭ ହେବ ବୋଲି ସଂକେତ ଦେଲେ ଭକ୍ତ ଦାସ। 2019 ନିର୍ବାଚନରେ ବିଜେପିର ଏମପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କଠୁ ନୂଆପଡାରେ ଏକ ହଜାର ଭୋଟରେ ଆଗରେ ଥିଲେ ଭକ୍ତ ଦାସ। ନୂଆପଡା ସହ ତାଙ୍କର ସମ୍ପର୍କ ଦୃଢ଼। 50 ହଜାର ଭୋଟ ଘାସିରାମ ମାଝୀ ପୂର୍ବ ନିର୍ବାଚନରେ ପାଇଥିଲେ। ନିର୍ବାଚନ ପରେ ସେ ଜିଲ୍ଲା ସଂଯୋଜକ ଓ ଏବେ ଜିଲ୍ଲା ସଭାପତି ହେଲେ। ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ 15 ହଜାରରୁ ଅଧିକ ଭୋଟ ପାଇଥିଲେ। ଏହା କଂଗ୍ରେସ ଭୋଟ। ବିଜେଡି 62 ହଜାର ଭୋଟ ପାଇ ନିର୍ବାଚନ ଜିତିଥିଲା। କିନ୍ତୁ 65 ହଜାର ଭୋଟ ଆମ ଖାତାରେ ଅଛି ବୋଲି ଏହା ଆହୁରି ବଢିବ।"
Comments ସମସ୍ତ ମତାମତ