ମୁଖ୍ୟ ଖବର
ଦୁବାଇ: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି) ବୁଧବାର ପୁରୁଷ ଟି-୨୦ ବୋଲିଂ ର୍ୟାକିଙ୍ଗ ଜାରି କରିଛି । ଭାରତର ରହସମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି । ନୁ୍ୟଜଲାଣ୍ଡର ଜ୍ୟାକବ ଡଫି ଟପରେ ଥିବାବେଳେ ୱେଷ୍ଟଇଣ୍ଡିଜ ଅକେଲ ହୁସେନ ଦ୍ୱିତୀୟରେ ରହିଛନ୍ତି । ଭାରତ ଲେଗ ସ୍ପିନର ରବି ବିଷ୍ଣୋଇ ଓ ବାମହାତୀ ପେସର ଅର୍ଶଦୀପ ସିଂ ଟପ-୧୦ରେ ରହିଛନ୍ତି । ବିଷ୍ଣୋଇ ସପ୍ତମ ଏବଂ ଅର୍ଶଦୀପ ଦଶମ ସ୍ଥାନ ଅଧିକାର କରିଛନ୍ତି । ଅକ୍ଷର ପଟେଲ ୧୩ତମ ସ୍ଥାନରେ ରହିଛନ୍ତି ।
ବ୍ୟାଟିଂ ର୍ୟାକିଙ୍ଗରେ ଅଭିଷେକ ଶର୍ମା ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ନଂ-୧ ଥିବାବେଳେ ଇଂଲଣ୍ଡର ଫିଲ ସଲ୍ଟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଭାରତର ଅନ୍ୟ ଦୁଇ ବ୍ୟାଟର ତିଲକ ବର୍ମା ଚତୁର୍ଥ ଓ ସୂର୍ଯ୍ୟକୁମାର ଯାଦବ ପଞ୍ଚମରେ ରହିଛନ୍ତି ।
ଭାରତର ହାର୍ଦ୍ଧିକ ପାଣ୍ଡ୍ୟା ଅଲରାଉଣ୍ଡର୍ସ ର୍ୟାଙ୍କିଙ୍ଗରେ ଟପ ପୋଜିସନରେ ଅପରିବର୍ତ୍ତିତ ରହିଛନ୍ତି । ୨୫୨ ରେଟିଂ ପଏଣ୍ଟ ସହ ପାଣ୍ଡ୍ୟା ନଂ-୧ ଅଛନ୍ତି । ନେପାଳର ଦୀପେନ୍ଦ୍ର ସିଂ ଆଇରି ଦ୍ୱୀତିୟ ଏବଂ ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ ତୃତୀୟ ସ୍ଥାନରେ ରହିଛନ୍ତି ।
Comments ସମସ୍ତ ମତାମତ