Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ବସିବ ନୀତି ଆୟୋଗ ବୈଠକ

    Share on :
    ajab-Image
    Date: Jul 27, 2024    Views: 3237

     ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ଗଭର୍ଣ୍ଣି କାଉନସିଲ ବୈଠକ ବସୁଛି। ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହୋଇ ନିଜ ନିଜ ରାଜ୍ୟର ଦାବି ରଖିବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ୫ଟ୍ରିଲିୟନ ଜିଡିପି ସହ ଭାରତକୁ ବିଶ୍ବର ତୃତୀୟ ଅର୍ଥନୀତି ଓ ୨୦୪୭ ସୁଦ୍ଧା କିପରି ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଠନ କରାଯିବ ସେନେଇ ଏହି ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି ବୈଠକରେ ସାମିଲ ହେଉଛନ୍ତି।
    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହେଉଥିବା ବେଳେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେଉନଥିବା ଜଣାପଡିଛି। ତେବେ ଏହି ବୈଠକରେ ସାମିଲ ହେବା ପୂର୍ବରୁ ନୀତି ଆୟୋଗକୁ ଭାଙ୍ଗି ପୁଣିଥରେ ଯୋଜନା ଆୟୋଗ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଦାବି କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନୀତି ଆୟୋଗ ବୈଠକରେ ସାମିଲ ହେବାକୁ ଥିବାବେଳେ ଓଡ଼ିଶାର ବିକାଶକୁ ନେଇ କଣ ଦାବି ରଖୁଛନ୍ତି ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ଏହା ପୂର୍ବରୁ ଜୁଲାଇ ୧୬ ତାରିଖରେ କେନ୍ଦ୍ର ସରକାର ନୀତି ଆୟୋଗର ନୂଆ ଟିମ୍ ଘୋଷଣା କରିଛନ୍ତି। ଚାରିଜଣ ପୂର୍ଣ୍ଣକାଳୀନ ସଦସ୍ୟଙ୍କ ବ୍ୟତୀତ ଏନଡିଏ ସହଯୋଗୀ ଦଳର ୧୫ ଜଣ ମନ୍ତ୍ରୀ, ବିଶେଷ ଆମନ୍ତ୍ରିତ ସଦସ୍ୟ ମାନଙ୍କୁ ଏହି ନୂଆ ଟିମରେ ସାମିଲ କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook