Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସୀତାରମଣଙ୍କ ନାମରେ ଯୋଡି ହେବାକୁ ଯାଉଛି ନୂଆ ରେକର୍ଡ

    Share on :
    ajab-Image
    Date: Jul 23, 2024    Views: 4807

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମରେ ଯୋଡି ହେବାକୁ ଯାଉଛି ନୂଆ ରେକର୍ଡ । ସଂସଦରେ କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିବେ ନିର୍ମଳା । ସେ କ୍ରମାଗତ ୬ଥର ବଜେଟ ସଂସଦରେ ଉପସ୍ଥାନ କରିଥିବା ବେଳେ ନିର୍ମଳା ଆଜି କ୍ରମାଗତ ସପ୍ତମ ଥର ପାଇଁ ବଜେଟ ଆଗତ କରିବାକୁ ଯାଉଛନ୍ତି । ଅର୍ଥମନ୍ତ୍ରୀ ଭାବେ ୧୯୫୯ ରୁ ୧୯୬୪ ମଧ୍ୟରେ ୫ ଥର ପୂର୍ଣ୍ଣାଙ୍ଗ ବଜେଟ ଓ ଥରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ ମୋରାରଜି ।
     ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରକାର ସମୟରେ ସେ ଅର୍ଥମନ୍ତ୍ରୀ ଭାବେ ମୋଟ ୧୦ ଥର ବଜେଟ୍ ଉପସ୍ଥାପନ କରିଥିଲେ। ୧୯୫୯ ଫେବୃଆରୀ ୨୮ରେ ଦେଶାଇ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ, ଏହାପରେ ଲଗାତାର ୨ ଥର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ । ୧୯୬୨ ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ, ତା’ପରେ ଆଉ ଦୁଇଟି ପୂର୍ଣ୍ଣ ବଜେଟ୍ । ଏହାପରେ୧୯୬୭ରେ କାମଚଳା ବଜେଟ, ସେହି ବର୍ଷ ପୂର୍ଣ୍ଣାଙ୍ଗ ବଜେଟ ଓ ୧୯୬୮ ଏବଂ ୧୯୬୯ ରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ମୋଟ ୧୦ଥର କେନ୍ଦ୍ରୀୟ ବଜେଟ୍ ସଂସଦରେ ଉପସ୍ଥାପନ କରିଥିଲେ । ୨୦୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ପାଳିରେ ଅର୍ଥମନ୍ତ୍ରୀ ଦାୟିତ୍ବ ପାଇଥିଲେ ନିର୍ମଳା ସୀତାରମଣ । ସେହି ବର୍ଷ ଠାରୁ ଲଗାତାର ୫ ଥର ପୂର୍ଣ୍ଣାଙ୍ଗ ବଜେଟ ଓ ଚଳିତ ବର୍ଷ ଫେବୃଆରୀରେ କାମଚଳା ବଜେଟ ଉପସ୍ଥାପନ କରି କ୍ରମାଗତ ୬ ଥର ବଜେଟ ଆଗତ କରିଛନ୍ତି । ଫେବୃଆରୀରେ କାମଚଳା ବଜେଟ ଆଗତ ପରେ ସେ କ୍ରମାଗତ ବଜେଟ ଉପସ୍ଥାପନ କରିବାରେ ମୋରାରଜୀ ଦେଶାଇଙ୍କ ସମକକ୍ଷ ହୋଇଥିଲେ । ଆଜି ସପ୍ତମ ଥର ପାଇଁ କ୍ରମାଗତ ବଜେଟ ଉପସ୍ଥାପନ ରେକର୍ଡ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ନିର୍ମଳା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook