ମୁଖ୍ୟ ଖବର
ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପାଇଁ ନୂଆ ଉପସଭାପତି ଓ ସାଧାରଣ ସମ୍ପାଦକଙ୍କ ତାଲିକା ଜାରି କରିଛି ଏଆଇସିସି । କଂଗ୍ରେସର ନୂଆ କମିଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ନୂଆ କମିଟିକୁ ମୁଁ ସ୍ୱାଗତ କରୁଛି । ବହୁ ଦିନ ପରେ କମିଟି ଗଠନ ହୋଇଛି । ଆଶା କରିବୁ ଖୁବ୍ଶୀଘ୍ର ଜିଲ୍ଲା କମିଟି ଏବଂ ବ୍ଲକ କମିଟି ଗଠନ ହେବ । ଅନୁଧ୍ୟାନ କରି କମିଟି ଗଠନ କରାଯାଇଛି, ଯେଉଁମାନେ ଭଲ କାମ କରିପାରିବେ ସେହିମାନଙ୍କୁ ଏହି କମିଟିରେ ରଖାଯାଇଥିବ । ଯଦି ବିଚାର କରି କମିଟିରେ ଭଲ ନେତାଙ୍କୁ ରଖାଯାଇଥିବା ତେବେ ଭଲ କାମ ହେବ, ଯଦି ଯୋଗ୍ୟ ଲୋକ ହୋଇନଥିବେ ତେବେ ଭଲ କାମ ହେବନାହିଁ । କମିଟି ଗଠନ ହେବା ଏତେ ସମୟ ପରେ କିଏ ଭଲ କିଏ ଖରାପ ମୁଁ କହିବାକୁ ଚାହେଁ ନାହିଁ । ମୁଁ କେବଳ କମିଟିକୁ ସ୍ୱାଗତ କରୁଛି ଏବଂ ଆଶା କରିବୁ କମିଟିରେ ଯେଉଁମାନେ ରହିଛନ୍ତି ସେହିମାନେ କଠିନ ପରିଶ୍ରମ କରି କମିଟିକୁ ସୁଦୃଢ଼ କରିବେ ବୋଲି ନିରଞ୍ଜନ କହିଛନ୍ତି ।
Comments ସମସ୍ତ ମତାମତ