ଭୁବନେଶ୍ୱର:ନିରାମୟ ଔଷଧ କେନ୍ଦ୍ର ୨୪ ଘଣ୍ଟା ଖୋଲା ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ନିଦେ୍ର୍ଧଶ ଦେଇଛନ୍ତି । ଯେପରି ଏହାର ଖିଲାପ ନହେବ ସେନେଇ ସ୍କ୍ୱାର୍ଡ ଗଠନ ହୋଇଛି । ନିରାମୟ ଖୋଲାନଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଔଷଧ ନିଗମର ଔଷଧ ଠିକ ସମୟରେ ପହଞ୍ଚୁଛି ନା ନାହିଁ ତାହାର ମଧ୍ୟ ସମୀକ୍ଷା କରିଛନ୍ତି । ଔଷଧ ଓ ନାପକିନ କିପରି ସ୍କୁଲରେ ପହଞ୍ଚିବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
Comments ସମସ୍ତ ମତାମତ