ମୁଖ୍ୟ ଖବର
ଭୁବନେଶ୍ବର: ବଢ଼ିଲା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଡ଼ୁଆ। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଅଭିଯୋଗ ଆଧାରେ ସନ୍ତୋଷଙ୍କ ବିରୋଧରେ ମାମଲା ରୁଜୁ କଲା ଭୁବନେଶ୍ୱର ମହିଳା ଥାନା ପୋଲିସ। ସନ୍ତୋଷଙ୍କ ନାଁରେ ଲାଗିଛି ବିଏନଏସର ୪ଟି ସଙ୍ଗୀନ ଦଫା। ସେକ୍ସନ ୭୫(୨), ୭୯, ୨୯୬ ଓ ୩୫୬ ଦଫାରେ ରୁଜୁ ହୋଇଛି ମାମଲା। ନିଜକୁ ଅସୁରକ୍ଷିତ ମନେକରି ସରକାରଙ୍କୁ ସୁରକ୍ଷା ମାଗିଲେ ଲେଖାଶ୍ରୀ। ସେପଟେ ମାମଲାକୁ ଚ୍ୟାଲେଞ୍ଜ ଦେବାକୁ ସେ ପ୍ରସ୍ତୁତ ବୋଲି ଜବାବ ରଖିଛନ୍ତି ବିଧାୟକ।
ଜଣଙ୍କ ପରେ ଜଣେ ରାଜ୍ୟ ବିଜେପି ନେତା ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରା ଘଟଣାରେ ଜେଲ୍ ଯାଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଆଉ ଜଣେ ବିଜେପି ନେତା ତଥା ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ନାଁ'ରେ ଋଜୁ ହୋଇଛି ମାମଲା। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର ଅଭିଯୋଗରେ ରୁଜୁ ହୋଇଛି ମାମଲା। ଭୁବନେଶ୍ୱର ମହିଳା ଥାନା ପୋଲିସ ସନ୍ତୋଷଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛନ୍ତି। ବିଏନଏସର ୪ଟି ସଙ୍ଗୀନ ଦଫା ୭୫(୨), ୭୯, ୨୯୬ ଓ ୩୫୬ରେ ମାମଲା ରୁଜୁ ହୋଇଛି।
Comments ସମସ୍ତ ମତାମତ