Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    କାହିଁକି ରାଗିଲେ ନେହା, ଜାଣନ୍ତୁ

    Share on :
    ajab-Image
    Date: Sep 18, 2020    Views: 3713

    ଅଭିନେତ୍ରୀ ନେହ ଧୁପିଆଙ୍କ ସ୍ପଷ୍ଟବାଦିତା ବିଷୟରେ ସମସ୍ତେ ଜାଣନ୍ତି । ରୋକଠୋକ କଥା କହିବାରେ ତାଙ୍କର ଆଦୌ କୁଣ୍ଠା ନାହିଁ । ନେହା ଏବେ ନିଜ ଟକ ଶୋ ପାଇଁ ଚର୍ଚ୍ଚା ପରିସରରେ ଅଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଚର୍ଚ୍ଚାକୁ ସେ ଆସିବାକୁ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାକୁ ତାଙ୍କୁ ମଧ୍ୟ ପସନ୍ଦ କିନ୍ତୁ ଏଥିପାଇଁ ହେଉଥିବା ବିବାଦକୁ ସେ ସହ୍ୟ କରିପାରନ୍ତି ନାହିଁ । ସ୍ୱାମୀ ଅଙ୍ଗଦ ବେଦୀ ଓ ଝିଅ ମେହରଙ୍କ ସହ ଫଟୋକୁ ସେ ପୋଷ୍ଟ କରିଥିଲେ କିଛି ଦିନ ତଳେ, ହେଲେ କେତେ ଜଣ ବ୍ୟକ୍ତି ଏଇ ଫଟୋକୁ ନେଇ ଥଟ୍ଟା ପ୍ରକାଶ କରିଛନ୍ତି । ନେହା ଏହାକୁ ଆଦୌ ଗ୍ରହଣ କରିପାରିନଥିବା ବେଳେ ଏଭଳି ବ୍ୟକ୍ତିଙ୍କୁ ସେ କେବେ ହେଲେ କ୍ଷମା କରିବେ ନାହିଁ ବୋଲି କହିଛନ୍ତି । ଆଗାମୀ ରିଅଲିଟି ଶୋ’ ରୋଡିକଜ କାମରେ ସେ ବ୍ୟସ୍ତ ଅଛନ୍ତି । କରୋନା ମହାମାରୀ ପାଇଁ ମଧ୍ୟ ସେ ଓ ତାଙ୍କ ପରିବାର ଲୋକ ଚିନ୍ତିତ । ପୂର୍ବ ଭଳି ସେମାନେ ବାହାର ସୁଟିଂକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

    Maximum 500 characters

    ସିନେମା View all

    Find Us on Facebook