Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭୟଙ୍କର ଅବ୍ୟବସ୍ଥା ଚାଲିଛି: ନବୀନ

    Share on :
    ajab-Image
    Date: Jan 9, 2026    Views: 2667

    ଭୁବନେଶ୍ଵର: PUC କାର୍ଯ୍ୟକାରୀ କରିବାରେ BJP ସରକାର ବିଫଳ। ଟ୍ଵିଟ୍ କରି ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଲେଖିଛନ୍ତି ଯେ, ଭୟଙ୍କର ଅବ୍ୟବସ୍ଥା ଚାଲିଛି। ପର୍ଯ୍ୟାପ୍ତ ପରୀକ୍ଷା କେନ୍ଦ୍ର ନକରି ‘PUC ନାହିଁ, ଇନ୍ଧନ ନାହିଁ’ ନୀତି ଘୋଷଣା କରିବା ପରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଲାଇନ୍ ରେ ଠିଆ ହେଉଛନ୍ତି। ପୂର୍ବ ପରିକଳ୍ପନା ଓ ପ୍ରଚାର-ପ୍ରସାର ନକରି ଏଭଳି ନିୟମ ଲାଗୁ କରିବା ନେଇ ପରିବହନ ବିଭଗର କାର୍ଯ୍ୟକାରିତା ନେଇ ନବୀନ ପ୍ରଶ୍ନ ଉଠାଇଛନ୍ତି।​​​​​​​
     
    ନବୀନ ଲେଖିଛନ୍ତି ଯେ, ଜନ ଆକ୍ରୋଶ ପରେ ସରକାର ବାରମ୍ଵାର ‘U-ଟର୍ନ’ ମାରୁଛନ୍ତି। ପ୍ରଥମେ ୧ ଫେବୃଆରୀ କହିଲେ, ତାପରେ ୩୧ ମାର୍ଚ୍ଚ ଘୋଷଣା କଲେ, ଏବେ ୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ କହୁଛନ୍ତି। ୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଜରିମାନା ନାହିଁ। ଟୋଲ୍‌ଗେଟ୍‌ର e-detection ବନ୍ଦ। ପରିବହନ ବିଭାଗର ଦୂରଦୃଷ୍ଟି ଅଭାବ ଓ ଅକ୍ଷମତା ନେଇ କଟୁ ସମାଲୋଚନା କଲେ ନବୀନ। ତେବେ ଯାନ ପ୍ରଦୂଷଣ ନିୟନ୍ତ୍ରଣ ଆବଶ୍ୟକ, କିନ୍ତୁ ଲୋକଙ୍କୁ ଶୋଷଣ କରିକି ନୁହେଁ। BJD ଲୋକଙ୍କ ସହ ଦୃଢ଼ଭାବେ ଠିଆ ହୋଇଛି । ଅବ୍ୟବସ୍ଥା ବିରୋଧରେ ଆନ୍ଦୋଳନ କରୁଛି। PUC ସୁବିଧା ବୃଦ୍ଧି, ପ୍ରକ୍ରିୟା ସରଳୀକରଣ ଓ ଅନ୍ୟାୟ ଜରିମାନା ବନ୍ଦ ଦାବି କରିଛନ୍ତି ନବୀନ। ଓଡ଼ିଶାବାସୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ନେତା। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook