Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାକୁ ବଜେଟରେ ଅଣଦେଖା: ନବୀନ

    Share on :
    ajab-Image
    Date: Jul 24, 2024    Views: 2830

    ଭୁବନେଶ୍ବର :  ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ରେ ଓଡ଼ିଶା ପାଇଁ ଘୋଷଣା ହୋଇନି କୌଣସି ସ୍ଵତନ୍ତ୍ର  ଅନୁଦାନ। ଆନ୍ଧ୍ର ଓ ବିହାରକୁ ସ୍ଵତନ୍ତ୍ର  ସହାୟତା ପ୍ରଦାନ କରିଥିବାବେଳେ ଓଡ଼ିଶାକୁ ବଜେଟରେ ଅଣଦେଖା କରାଯାଇଛି। ଯାହାକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିଜେପି ଉପରେ ବର୍ଷିଛନ୍ତି।

    ନବୀନ କହିଛନ୍ତି ଏହି ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ନିର୍ବାଚନ ସମୟରେ ବିଜେପିର ନେତା ମାନେ ଓଡିଶାବାସୀଙ୍କୁ ବହୁତ ବଡ ବଡ କଥା କହିଥିଲେ। କିନ୍ତୁ କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ। ଓଡିଶାବାସୀଙ୍କୁ ଏକ ପ୍ରତିଶ୍ରୁତି ଭାବରେ ବିଜେପି ସେମାନଙ୍କ ମେନିଫେଷ୍ଟୋରେ ରାଜ୍ୟକୁ ସ୍ବତନ୍ତ୍ର ବର୍ଗ ମାନ୍ୟତା ଦିଆଯିବ ବୋଲି କହିଥିଲା କିନ୍ତୁ , ଆନ୍ଧ୍ରପ୍ରଦେଶ ଏବଂ ବିହାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି ହେଲେ ଓଡ଼ିଶ ପାଇଁ କିଛି ନାହିଁ। ଏହା ସହିତ କେନ୍ଦ୍ର ସରକାରଙ୍କ ନିକଟରେ ବର୍ଷ ବର୍ଷ ଧରି ବିଚାରାଧୀନ ଥିବା ଓଡ଼ିଶାର କୋଇଲା ରୟାଲଟିର ସଂଶୋଧନ ଦାବିକୁ ମଧ୍ୟ ଏଥର ପ୍ରତ୍ୟାଖ୍ୟାନ କରାଯାଇଛି। ଯେଉଁଥିପାଇଁ ରାଜ୍ୟ ପ୍ରତିବର୍ଷ ହଜାର ହଜାର କୋଟି ରାଜସ୍ୱ ହରାଇବ ବୋଲି ନବୀନ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook