Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କ ଛାୟା କ୍ୟାବିନେଟ, ୫୦ ବିଧାୟକଙ୍କୁ ବିଭାଗ ବଣ୍ଟନ

    Share on :
    ajab-Image
    Date: Jul 18, 2024    Views: 3000

    ଭୁବନେଶ୍ବର: ରାଜ୍ୟର ସ୍ବାର୍ଥ ପାଇଁ ବିଧାନସଭାରେ ଦୃଢ଼ ଓ ସକ୍ରିୟ ବିରୋଧୀ ଦଳ ଦାୟିତ୍ବ ତୁଲାଇବ ବିଜେଡି । ଏନେଇ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ବିଧାୟକମାନଙ୍କୁ ଦାୟିତ୍ବ ବଣ୍ଟନ କରିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ୫୦ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ଆସନ୍ତା ଶନିବାର ଅପରାହ୍ନରେ ଦଳର ବିଧାୟକଙ୍କ ବୈଠକ ଡାକି ଗୁରୁମନ୍ତ୍ର ଦେବେ ନବୀନ ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ । ବିଧାନସଭାରେ ବିରୋଧୀ ଦଳର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ୟ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବ ବିଜେଡି । ଏହାସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିବ । ଓଡିଶାବାସୀଙ୍କ ହକ୍ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବ । ଏଥିପାଇଁ ଦଳର ୫୦ ଜଣ ନିର୍ବାଚିତ ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି । ବିଧାନସଭାରେ ଦଳକୁ ଅଧିକ ଦକ୍ଷତାର ସହ ଦାୟିତ୍ୱ ସମ୍ପାଦନ କରିବାରେ ଏହା ସହାୟକ ହେବ ବୋଲି ନବୀନ ଆଶା ବ୍ୟକ୍ତ କରିଛନ୍ତି ।ଦଳର ୫୦ ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିଜେଡି ସଭାପତି । ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା, ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ସଂସଦୀୟ ବ୍ୟାପାର, ବଦ୍ରି ନାରାୟଣ ପାତ୍ର ଓ ମନୋରମା ମହାନ୍ତିଙ୍କୁ ମହିଳା ଏବଂ ଶିଶୁ ବିକାଶ, ନିରଞ୍ଜନ ପୂଜାରୀ ଓ ରମାକାନ୍ତ ଭୋଇଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଅଶ୍ବିନୀ କୁମାର ପାତ୍ରଙ୍କୁ ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ବୟନ ଶିଳ୍ପ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ, ଅରୁଣ ସାହୁ ଜଳ ସମ୍ପଦ, ସାରଦା ନାୟକଙ୍କୁ ଶିଳ୍ପ, ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଅର୍ଥ, ବ୍ରଜ କିଶୋର ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆ ଓ ରୂପେଶ ପାଣିଗ୍ରାହୀଙ୍କୁ ଗଣଶିକ୍ଷା, ମନୋହର ରନ୍ଧାରୀ ଓ ଯୋଗେଶ କୁମାର ସିଂ, ପ୍ରଦୀପ କୁମାର ଦିଶାରୀ ଓ ଚକ୍ରମଣି କହଁରଙ୍କୁ ଅନୁସୂଚିତ ଜାତି ଏବଂ ଜନଜାତି, ବ୍ୟାମକେଶ ରାୟ ଓ ଅଭିମନ୍ୟୁ ସେଠୀଙ୍କୁ ପୂର୍ତ୍ତ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ବର ବେହେରାଙ୍କୁ ଖଣି ଏବଂ ଇସ୍ପାତ ବିଭାଗ ଉପରେ ନଜର ରଖିବାକୁ କୁହାଯାଇଛି ।ସେହିପରି ବର୍ଷା ବରିହା ଓ ସୁଜାତା ସାହୁଙ୍କୁ ମିଶନ ଶକ୍ତି, ସନାତନ ମହାକୁଡ କୃଷି ଓ କୃଷକ ସଶକ୍ତିକରଣ, ସଞ୍ଜୀବ କୁମାର ମଲ୍ଲିକଙ୍କୁ ଏମଏସଏମଇ, କଳିକେଶ ନାରାୟଣ ସିଂଦେଓଙ୍କୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଅଧିରାଜ ମୋହନ ପାଣିଗ୍ରାହୀଙ୍କୁ ଆଇନ, ଦେବୀ ରଞ୍ଜନ ତ୍ରିପାଠୀ ଓ ନବକିଶୋର ମଲ୍ଲିକଙ୍କୁ ଗ୍ରାମ୍ୟ ଉନ୍ନୟନ, ସୌଭିକ ବିଶ୍ବାଳଙ୍କୁ ଭିନ୍ନକ୍ଷମ ସଶକ୍ତିକରଣ, ପ୍ରଶାନ୍ତ ବେହେରାଙ୍କୁ ଅବକାରୀ, ଧ୍ରୁବ ଚରଣ ସାହୁ ଓ ସୁନୀଲ କୁମାର ମହାନ୍ତିଙ୍କୁ ପର୍ୟ୍ୟଟନ, ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ ଏବଂ ପରିବେଶ, ଅନନ୍ତ ନାରାୟଣ ଜେନାଙ୍କୁ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ସୁଶାନ୍ତ ବେହେରାଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର, ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ପରିବହନ, ରମେଶ ଚନ୍ଦ୍ର ବେହେରାଙ୍କୁ ଉଚ୍ଚଶିକ୍ଷା, ରୋହିତ ଜୋସେଫ ତିର୍କୀଙ୍କୁ ସଂଖ୍ୟାଲଘୁ ବ୍ୟାପାର, ସୁଦର୍ଶନ ହରିପାଲଙ୍କୁ ହ୍ୟାଣ୍ଡଲୁମ, ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଯୋଜନା ଏବଂ ସଂଯୋଜନା ଦାୟିତ୍ୱରେ ରହିବେ ।

    ସେହିପରି ଗୌତମ ବୁଦ୍ଧ ଦାସଙ୍କୁ ସୂଚନା ଏବଂ ଲୋକ ସମ୍ପର୍କ, ସୁବସିନୀ ଜେନାଙ୍କୁ ମତ୍ସ୍ୟ ଏବଂ ପଶୁ ସମ୍ପଦ, ମାଧବ ଧଡାଙ୍କୁ ବିଜ୍ଞାନ ଏବଂ ପ୍ରଜ୍ୟୁକ୍ତି, ବିଶ୍ଵ ରଞ୍ଜନ ମଲ୍ଲିକଙ୍କୁ ଶ୍ରମ, ନଳୀନ କାନ୍ତ ପ୍ରଧାନ ଓ ପ୍ରଦୀପ କୁମାର ସାହୁଙ୍କୁ ଗୃହ ଏବଂ ନଗର ଉନ୍ନୟନ, ଅରବିନ୍ଦ ମହାପାତ୍ରଙ୍କୁ ଆଇଟି, ସାରଦା ପ୍ରସାଦ ଜେନାଙ୍କୁ ସମବାୟ ବିଭାଗର କାର୍ୟ୍ୟ ଉପରେ ନଜର ରଖିବେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook