Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚାଷୀଙ୍କ କ୍ଷତିପୂରଣ ମିଳିବ : ନବୀନଙ୍କ ପ୍ରତିଶ୍ରୁତି

    Share on :
    ajab-Image
    Date: Dec 31, 2024    Views: 3210

    ପିପିଲି : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ସୁକଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଞ୍ଜାମ ଭଳି ସତ୍ୟବାଦୀରେ ବି ସମାନ କ୍ଷୟକ୍ଷତି ହୋଇଥିବା ନବୀନ କହିଛନ୍ତି । ସରକାର ଅଦିନିଆ ବର୍ଷାରେ ପ୍ରବଳ କ୍ଷତି ସହିଛନ୍ତି ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି । ଚାଷ ଉଜୁଡ଼ି ଥିବାରୁ ଚାଷୀ ଆତ୍ମହତ୍ୟା ଗୋଟିଏ ବଡ଼ ସମସ୍ୟା ହୋଇ ସୃଷ୍ଟି ହୋଇଛି । ବିଜେଡି ସରକାର ଯେମିତି ଚାଷୀଙ୍କ ପାଖରେ ପହଞ୍ଚୁଥିଲା ବିଜେପି ସରକାର ସେମିତି ଚାଷୀଙ୍କ ପାଖରେ ପହଞ୍ଚିବା ଜରୁରୀ ବୋଲି କହିଛନ୍ତି ବିରୋଧୀ ଦଳ ନେତା । 

    ସତ୍ୟବାଦୀରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ନବୀନ । ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି । କ୍ଷତିଗ୍ରସ୍ତ ଚାଷୀ ମାନେ ନବୀନଙ୍କୁ ଗଜା ହୋଇଥିବା ଧାନ ଦେଖାଇଥିଲେ । 

     

     

     

     

    Maximum 500 characters

    ରାଜନୀତି View all

    Find Us on Facebook