Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୮୦ ବର୍ଷରେ ନବୀନ

    Share on :
    ajab-Image
    Date: Oct 16, 2026    Views: 3081

    ଭୁବନେଶ୍ବର: ଆଜି 80 ବର୍ଷରେ ପାଦ ଥାପିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ରାଜନୀତିର ଏକ ଦୀର୍ଘ ଅଧ୍ୟାୟ ନିଜ ନାଁ ସହ ଯୋଡ଼ ରଖିଛନ୍ତି ନବୀନ । ଲଗାତାର 24 ବର୍ଷ ଧରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । ଏବେ ସେ ବିରୋଧୀ ଦଳ ନେତା । ଶାସନ କ୍ଷମତାରୁ ବିରୋଧୀ ଆସନ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ରାଜ୍ୟର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଥିଲା । ଆଜି ତାଙ୍କ ଜନ୍ମଦିନରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ନେଇ ଅନେକ ବିଜେଡି ନେତା ତଥା ଅନ୍ୟ ଦଳର ବିଶିଷ୍ଟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
    ବିଦାୟୀ ରାଜ୍ୟପାଳ ହରିବାବୁ କମ୍ଭମପାଟି ଶୁଭେଚ୍ଛା ଜଣାଇ Xରେ ଲେଖିଛନ୍ତି, "ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ଆପଣଙ୍କ ଦୀର୍ଘ ନିରାମୟ ଏବଂ ସୁଖମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।"
    16 ଅକ୍ଟୋବର 1946 ମସିହାରେ ନବୀନ ପଟ୍ଟନାୟକ କଟକଠାରେ ଜନ୍ମଗ୍ରହଣ କରିଥିଲେ । ବାପା ଜନନାୟକ ତଥା ପ୍ରବାଦ ପୁରୁଷ ଭାବରେ ପରିଚିତ ବିଜୁ ପଟ୍ଟନାୟକ ଓ ମାଆ ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ହେଉଛନ୍ତି ନବୀନ । କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ବାବୁଙ୍କ ଦେହାନ୍ତ ପରେ ସେ 1997ରେ ରାଜନୀତିରେ ପ୍ରବେଶ କରିଥିଲେ । ଏହାର 1 ବର୍ଷ ପରେ ସେ ବିଜୁ ଜନତା ଦଳର ପ୍ରତିଷ୍ଠା କରିଥିଲେ । ସେ କ୍ରମାଗତ ଭାବେ 5 ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ 2024 ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଉଥିଲେ । ବିଜେଡି ସରକାରରୁ ଯିବା ପରେ ବର୍ତ୍ତମାନ ସେ ବିରୋଧୀ ଦଳ ନେତା ଭାରେ ଦ୍ବାୟିତ୍ବରେ ଅଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook