Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ତୁଟିଛି : ନବୀନ

    Share on :
    ajab-Image
    Date: Jul 19, 2026    Views: 2331

    ସଂସଦରେ ସଂସ୍କାର ଦାବି 
    ଭୁବନେଶ୍ୱର: : ପରୀକ୍ଷା ବ୍ୟବସ୍ଥା ଉପରେ ଭାଙ୍ଗିଛି ଭରସା । ସଂସଦରେ ବ୍ୟାପକ ଆଲୋଚନା ଓ ସଂସ୍କାର ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏ ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତାର ସହ ଉଠାଇ ବିସ୍ତୃତ ଆଲୋଚନା କରିବା ସହ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ ସେ ଦାବି କରିଛନ୍ତି । ସେହିପରି, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ତୁରନ୍ତ ସକାରାତ୍ମକ ସଂଳାପ ଆରମ୍ଭ କରନ୍ତୁ ବୋଲି ମଧ୍ୟ ସେ ଆହ୍ୱାନ ଦେଇଛନ୍ତି ।

    ସୋସିଆଲ୍ ମିଡିଆ ପୋଷ୍ଟରେ ନବୀନ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ତୁଟିଛି । ଏହା କେବଳ ଗୋଟିଏ ପରୀକ୍ଷାର ବିଫଳତା ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପ୍ରତି ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି। ଏଭଳି ଘଟଣା ପରିଶ୍ରମୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଏହି ଧାରଣା ସୃଷ୍ଟି କରୁଛି ଯେ, କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ। ବିଶେଷକରି ଆର୍ଥିକ ଭାବେ ପଛୁଆ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ହିଁ ଦାରିଦ୍ର୍ୟରୁ ମୁକ୍ତି ପାଇବାର ସବୁଠୁ ବଡ଼ ସୋପାନ । ସେହି ସୁଯୋଗକୁ ଦୁର୍ବଳ କରିବା ଅର୍ଥ ଦେଶର ଭବିଷ୍ୟତକୁ ବିପଦ ମୁହାଁକୁ ଠେଲି ଦେବା ବୋଲି ନବୀନ ମତ ରଖିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook