Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆମ ଲଢ଼େଇ ଜାରି ରହିବ: ନବୀନ

    Share on :
    ajab-Image
    Date: Nov 15, 2025    Views: 2846

    ନୂଆପଡ଼ା  : ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବା ପରେ ତାଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ କହିଛନ୍ତି ଯେ, ନବନିର୍ବାଚିତ ବିଧାୟକ ନୂଆପଡ଼ାର ବିକାଶ ଦିଗରେ କାର୍ୟ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରୁଛନ୍ତି। ନିର୍ବାଚନ ଆସିବ ଏବଂ ଯିବ, କିନ୍ତୁ ଜନତାଙ୍କ ବିଶ୍ଵାସ ପ୍ରତି ଆମର ମୂଲ୍ୟବୋଧ ସର୍ବଦା ରହିବା ଉଚିତ।

    ନବୀନ ଉପନିର୍ବାଚନ ପାଇଁ ଦିନରାତି କାର୍ୟ୍ୟ କରିଥିବା ଦଳୀୟ କର୍ମୀ ଏବଂ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ତା’ ସହିତ ନୂଆପଡ଼ାବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ଅନେକ ଉତ୍ଥାନ ଓ ପତନ ଦେଇ ଗତି କରିଛି। ତଥାପି ଲୋକଙ୍କ ପାଇଁ ଆମର ଲଢ଼େଇ ଜାରି ରହିଛି। ଆମ ଦଳ ବିଜୁ ବାବୁଙ୍କ ଦ୍ଵାରା ଅନୁପ୍ରାଣିତ। ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଆମ ଲଢ଼େଇ ଜାରି ରହିବ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook