Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆବର୍ଷ ପାଳନ କରିବେନି ନବୀନ

    Share on :
    ajab-Image
    Date: Dec 31, 2024    Views: 3654

    ଭୁବନେଶ୍ବର: ଚଳିତବର୍ଷ ନୂଆବର୍ଷ ପାଳନ କରିବେନି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ନବୀନ । ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତରେ ହୋଇଥିବା ବେଳେ ଦେଶ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି । ଏହାସହ ଅଦିନିଆ ବର୍ଷା ରାଜ୍ୟରେ ଚାଷକୁ ଛାରଖାର କରି ଦେଇଛି । ବର୍ଷାରେ ଅମଳ ହେବାକୁ ଥିବା ଫସଲ ନଷ୍ଟ ହୋଇଯାଇଥିବା ବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଯାହାକୁ ନେଇ ଚାଷୀଙ୍କ ଘରେ ଚୂଲି ଜଳୁନି । ଏମିତି ସ୍ଥିତିରେ ନୂଆବର୍ଷ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ । ଏହାସହ ଅଭିନନ୍ଦନ ଜଣାଇବାକୁ ନବୀନ ନିବାସ ନଆସିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook