ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ ବଲାଙ୍ଗୀର ଗସ୍ତକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ ବଲାଙ୍ଗୀର ଆସିଥିଲେ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରସ୍ପର ବିରୋଧୀ ବୋଲି କହିଛନ୍ତି ନରସିଂହ।
ବିଜେପି ସରକାର ଜୁମଲା ସରକାର । ଏମାନେ କଥା ସବୁ ଧୂଆଁବାଣ । ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ଏମାନଂକ ପୁରୁଣା ଅଭ୍ୟାସ। ୪ ମାସର ବିଜେପି କାର୍ୟ୍ୟରୁ ଯାହା ଜଣାପଡୁଛି, ଦ୍ଵିତୀୟ ଥର ପାଇଁ ଓଡିଶାରେ ଆଉ ବିଜେପି ସରକାର କରିପାରିବ ନାହିଁ। ଏଥି ସହିତ ବଲାଙ୍ଗୀର ପ୍ରତି ୪ ମାସର ବିଜେପି ସରକାରଙ୍କ କୌଣସି ଅବଦାନ ନାହିଁ । ଯାହା ସବୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ତାହା ପୂର୍ବ ବିଜେଡି ସରକାରଙ୍କ ଯୋଜନା ଥିଲା। ମୋହନ ମାଝୀ କଣ ଦୟା କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ବିକାଶର ସଜ୍ଞା ସରକାର ଜାଣି ନାହାଁନ୍ତି ବୋଲି ନରସିଂହ ମିଶ୍ର କହିଛନ୍ତି । ଯେଉଁମାନେ ବଲାଙ୍ଗୀରକୁ ଶୋଷଣ କରିଛନ୍ତି ସେମାନଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଦାଦନ ସମସ୍ୟା ଉପରେ ରୋକ ଲଗାଇବା ପାଇଁ କମିଟି ଗଠନ କରିଛନ୍ତି । ଏହି ଡବଲ ଇଞ୍ଜିନ ସରକାରଙ୍କ ଆଭିମୁଖ୍ୟ କେନ୍ଦ୍ରରେ ଯାହା ଓଡ଼ିଶାରେ ତାହା।
Comments ସମସ୍ତ ମତାମତ