Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା ଆସିବେ ନଡ୍ଡା

    Share on :
    ajab-Image
    Date: Jul 17, 2024    Views: 2909

    ଭୁବନେଶ୍ୱର: ଆସନ୍ତା ୧୯ ଓ ୨୦ ତାରିଖରେ ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ। ପୁରୀ ବଳିଆପଣ୍ଡାରେ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ଓ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଠନ ପରେ ରାଜ୍ୟ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ ବସୁଛି।

    ୧୯ ତାରିଖ ସକାଳ ସାଢ଼େ ୧୦ଟାରେ ପଦାଧିକାରୀ ବୈଠକ ବସିବ। ଅପରାହ୍ନ ସାଢ଼େ ୨ଟାରେ ଉଦଘାଟିତ ହେବ କାର୍ୟ୍ୟକାରିଣୀ। ୨୦ ତାରିଖ ସନ୍ଧ୍ୟା ପର୍ୟ୍ୟନ୍ତ ଚାଲିବ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ। ବୈଠକରେ ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ବିଧାନସଭା ଓ ଲୋକସଭା ସଂଯୋଜକ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି ପ୍ରମୁଖ ଉପସ୍ଥିତ ରହିବେ। ଏମାନଙ୍କ ବ୍ୟତୀତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ବି ଉପସ୍ଥିତ ରହିବେ।

    Maximum 500 characters

    ରାଜନୀତି View all

    Find Us on Facebook