Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ଘୋଷଣା ହୋଇପାରେ ନୂଆ ଏନଏସି

    Share on :
    ajab-Image
    Date: Aug 31, 2025    Views: 3938

    ଭୁବନେଶ୍ୱର: ଆଜି ଘୋଷଣା ହୋଇପାରେ ନୂଆ ଏନଏସି। ଆଜି ରାଜ୍ୟରେ ୯ଟି ନୂଆ ନୋଟିଫାଏଡ ଏରିଆ କାଉନସିଲ (NAC) ସରକାର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି। ଏହି ନୂଆ NAC ଗୁଡିକ ହେଉଛି: ସାଲେପୁର, ଟାଙ୍ଗୀ, ଯଶୀପୁର, କପ୍ତିପଦା, ଲୋଇସିଂହା, ଖଇରା, ଗଁଦିଆ, ସୋହେଲା ଏବଂ ବଣାଇ।ଓଡ଼ିଶାରେ ବର୍ତ୍ତମାନ ୧୭୨ଟି ନଗର ସ୍ଥାନୀୟ ସଂସ୍ଥା (ULB) ରହିଛି, ଯେଉଁଥିରେ ୬ଟି ମହାନଗର ପାଳିକା, ୫୪ଟି ନଗର ପାଳିକା ଏବଂ ୬୨ଟି NAC ଅନ୍ତର୍ଭୁକ୍ତ। ୨୦୨୪ ଓ ବିଧାନସଭା ର୍ନିବାଚନ ପୂର୍ବରୁ ସମୟରେ ରାଜ୍ୟ ସରକାର ୫୬ଟି ନୂଆ NAC ଘୋଷଣା କରିଥିଲେ ଏବଂ ୬ଟି NACକୁ ନଗର ପାଳିକାରେ ପରିଣତ କରିଥିଲେ। ଏବେ ନୂଆ NAC ଗୁ ସମ୍ଭାବ୍ୟ ଘୋଷଣା ସହରୀ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ଏବଂ ସାମାଜିକ-ଆର୍ଥିକ ଉନ୍ନୟନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook