ମୁଖ୍ୟ ଖବର
ସୁନ୍ଦରଗଡ଼: ଟାଉନ ଥାନା ମୁଣ୍ଡାପଡ଼ାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ପରେ ସ୍ବାମୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଛି। ମୃତା ହେଲେ କ୍ରୀଷ୍ଣା ଖଡ଼ିଆ। ଅଭିଯୁକ୍ତ ସ୍ବାମୀ ପିକୁ କିସାନଙ୍କୁ ପୁଲିସ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଘଟଣାସ୍ଥଳରେ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ଓ ପୁଲିସ ଦଳ ପହଞ୍ଚି ତଦନ୍ତ କରୁଛନ୍ତି। ସାଇଣ୍ଟିଫିକ ଟିମ ଆସିବା ପରେ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି ଅଧିକାରୀ।
Comments ସମସ୍ତ ମତାମତ