Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭାଇ-ଭଉଣୀ ମିଶି ଭଉଣୀକୁ ଭୁସିଲେ ଛୁରୀ

    Share on :
    ajab-Image
    Date: May 18, 2025    Views: 2425

    କୁଚିଣ୍ଡା : ଘରୋଇ କଳିର କରୁଣ ପରିଣତି । ବଡ଼ ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଭାଇ-ଭଉଣୀଙ୍କ ମଧ୍ୟରେ ଝଗଡା ନେଲା ଉଗ୍ରରୂପ ।ସାନ ଭଉଣୀକୁ ଛୁରୀ ଭୁସି ହତ୍ୟା କଲେ ଅନ୍ୟ ଦୁଇ ଭାଇ-ଭଉଣୀ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝିପଡ଼ାରେ । 

    ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝିପଡ଼ାରେ ସାନ ଭଉଣୀ ମୃତକ ଲିନା ସାହୁ ଘର ଭିତରେ ବସିଥିଲେ । ଏହି ସମୟରେ ତାଙ୍କ ସାନ ଭାଇ ଓ ବଡ଼ ଭଉଣୀ ଏକ ଛୁରୀ ଧରି ଆକ୍ରମଣ କରି କ୍ଷତାକ୍ତ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ବାମରା ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଖବର ପାଇ ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook