Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲରେ ଧୋନିଙ୍କ ୪୪ତମ ଷ୍ଟମ୍ପିଙ୍ଗ

    Share on :
    ajab-Image
    Date: Mar 25, 2025    Views: 3194

    ଚେନ୍ନାଇ:୪୩ ବର୍ଷ ବୟସରେ ମହେନ୍ଦ୍ର ସିଂ ଧୋନିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଧୋନି ଷ୍ଟମ୍ପ ପଛରେ ଆଖି ପିଛୁଳାକେ ସୂର୍ଯ୍ୟକୁମାର ଯାଦବଙ୍କୁ ଷ୍ଟମ୍ପିଙ୍ଗ କରି ସମସ୍ତଙ୍କୁ ଚକିତ କରିଥିଲେ । ଇନିଂସର ୧୧ତମ ଓଭରରେ ନୁର ଅହମ୍ମଦଙ୍କ ବଲକୁ ବଡ ସଟ ମାରିବାକୁ ଯାଇ ସୂର୍ଯ୍ୟକୁମାର ଯାଦବ ମିସ କରିଥିଲେ । ଷ୍ଟମ୍ପ ପଛରେ ଥିବା ଧୋନି ଗୋଟିଏ ସେକେଣ୍ଡରୁ କମ ସମୟରେ ଷ୍ଟମ୍ପିଙ୍ଗ କରିବା ଫଳରେ ସୂର୍ଯ୍ୟକୁମାର ପଛକୁ ଫେରିବାର  ସୁଯୋଗ ପାଇନଥିଲେ । ଆଇପିଏଲରେ ଧୋନିଙ୍କ ଏହା ୪୪ତମ ଷ୍ଟମ୍ପିଙ୍ଗ ଥିଲା 

     

    Maximum 500 characters

    ଖେଳ ଖବର View all

    Find Us on Facebook