Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମନୋଜ ମିଶ୍ରଙ୍କ ସହ ଓଲିଉଡ ନେଇ ଆଲୋଚନା କଲେ ଆମୀର ଖାନ

    Share on :
    ajab-Image
    Date: Dec 4, 2025    Views: 2854

    ଭୁବନେଶ୍ୱର:  ଆମୀର ଖାନଙ୍କୁ ଭେଟିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ନିକଟରେ ଏକ କାର୍ୟ୍ୟକ୍ରମରେ ଆମୀରଙ୍କ ସହ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନେଇ ଆଲୋଚନା କରିଥିଲେ ମନୋଜ । ଯାହା ପରେ ସେ ମନୋଜ ଆମୀରଙ୍କୁ ଭେଟିବାକୁ କହିଥିଲେ । ବର୍ତ୍ତମାନ କତା ଦେଇ କଥା ରଖିଛନ୍ତି ଆମୀର ଖାନ । ତାଙ୍କ ଘରେ ଆମୀର ମନୋଜଙ୍କୁ ଭେଟିଛନ୍ତି । ଏଥିସହ ପ୍ରାୟ ଦେଢ ଘଣ୍ଟାର ଆଲୋଚନା ମଧ୍ୟ କରିଛନ୍ତି ଏବଂ ଆମୀର କହିଛନ୍ତି, 'ଓଲିଉଡ ପାଇଁ ଆମ ଦ୍ୱାରା ଯାହା ସାହାଯ୍ୟ ହେବ ଆମେ ତାହା କରିବୁ ।''

    ମନୋଜ ମିଶ୍ର ଆମୀର ଖାନଙ୍କୁ ଭେଟିବା ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ମନୋଜ ମିଶ୍ର କୁହନ୍ତି, ''ସମସ୍ତ ଓଡ଼ିଶାବାସୀଙ୍କୁ ଧନ୍ୟବାଦ । ମୋର ଆମୀରଙ୍କ ଭିଡିଓକୁ ଏତେ ମାତ୍ରାରେ ଭଲପାଇବା ଦେଇଥିବାରୁ । ସମସ୍ତେ ଆମୀରଙ୍କ ସହ ଭେଟିବାକୁ କହିଥିଲେ । ବର୍ତ୍ତମାନ ସେହି ସମୟ ଆସିଗଲା । ମୁଁ ଏବେ ଆମୀରଙ୍କ ଘରେ ତାଙ୍କୁ ଭେଟିବାକୁ ଆସିଛି । ବହୁତ ଧନ୍ୟବାଦ ସାର୍ । ଏହା ପରେ ଆମୀର କହିଥିଲେ, ମୋତେ ମଧ୍ୟ ବହୁତ ଭଲ ଲାଗିଲା ଆପଣଙ୍କ ସହ ମିଶି । ମୋତେ ବହୁତ ଖୁସି ଲାଗୁଛି ଯେ, ଆପଣ ଓଡ଼ିଶା, ସେଠାକାର ଫିଲ୍ମ ଓ କଳା ପ୍ରତି ଏତେ ଭାବୁଛନ୍ତି ଏବଂ ପ୍ରୟାସ କରୁଛନ୍ତି । ଏଥିପାଇଁ ଆମ ଦ୍ୱାରା ଯାହା ହେବ ଆମେ ତାହା ସାହାଯ୍ୟ କରିବୁ । ଗାଁ ଗାଁରେ ସିନେମା ଆହୁରି ପହଞ୍ଚାନ୍ତୁ । ତଳ ସ୍ତରରେ ଯେବେ ସିନେମା ପହଞ୍ଚିବ, ସେହି ଲୋକେମାନେ ଯେତେବେଳେ ଆପଣଙ୍କ ସହ ଯୋଡିହେବେ । ଏହା ବହୁତ ଭଲ ପଦକ୍ଷେପ ।' ଏହା ପରେ ମନୋଜ କୁହନ୍ତି, ଓଡ଼ିଶାର ଯେକୌଣସି ଭଲ ଫିଲ୍ମ ଆସିଲେ ମୁଁ ସାରଙ୍କ ମିଶି ହିନ୍ଦୁସ୍ତାନରେ ପହଞ୍ଚାଇବାକୁ ପ୍ରୟାସ କରିବି ।''

    ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ମୋତେ କିଏ କଣ ବୁଝିଛି ମୁଁ ଜାଣିନି କିନ୍ତୁ ଆଜି ଆମୀର ଖାନଙ୍କ ସହ ଦେଢ଼ ଘଣ୍ଟା ଆଲୋଚନା ଭିତରେ ମୁଁ ବୁଝିଗଲି ଯେ ଓଡ଼ିଶାରେ ତିଆରି ସିନେମାକୁ ନେଇ ମୋ ମୁଣ୍ଡରେ କଣ ଅଛି ସେ କଥା ଆମୀର ଖାନ ଭଲ ଭାବରେ ବୁଝିଗଲେ । ୧୦ ମିନିଟ୍ ସମୟ ଦେଇଥିଲେ କିନ୍ତୁ ଦେଢ଼ ଘଣ୍ଟା ଆମର ଆଲୋଚନା ହେଲା । ଏତେ ବଡ଼ ଷ୍ଟାର ହେଲେ ବି କଳା ପ୍ରତି ତାଙ୍କର ଭଲ ପାଇବା ଅଛି ବୋଲି ସେ ମୋ କଥା ବୁଝି ପାରିଲେ, ଏଇତ ଆରମ୍ଭ । ଜୟ ମା ସମଲେଇ ।''

    Maximum 500 characters

    ରାଜ୍ୟ ଖବର View all

    Find Us on Facebook