Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭୁଲ ମାଗିଲେ ମନୋଜ ମିଶ୍ର

    Share on :
    ajab-Image
    Date: Nov 18, 2024    Views: 2700

    ଭୁବନେଶ୍ବର: ଭୁଲ ମାଗିଲେ ଅଭନେତା ମନୋଜ ମିଶ୍ର । ଫକିରମୋହନ ସେନାପତିଙ୍କ ଲେଖା ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଓଡିଶାବାସୀଙ୍କୁ ଭୁଲ ମାଗିଛନ୍ତି ।  ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ମନୋଜ ମିଶ୍ର । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସେ କ୍ଷମା ମାଗିଛନ୍ତି । ଭିଡିଓ ଜାରି କରି କହିଛନ୍ତି ବ୍ୟାସକବି ଫକିର ମୋହନ ସେନାପତି ଆମ ସାହିତ୍ୟର ଭଗବାନ ।ଫକିରମୋହନ ସେନାପତିଙ୍କ ଲେଖାକୁ ପ୍ରଶ୍ନ କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ । ମୋର ଓଡ଼ିଆ ସାହିତ୍ୟ ପ୍ରତି ସେତିକି ଜ୍ଞାନ ନାହିଁ । ମୋର କମେଣ୍ଟସକୁ ନେଇ କିଛି ଲୋକ ମୋତେ ସାହିତ୍ୟ ଭିତରୁ ଟାଣି ଆଣିଲେ । ଦୟାକରି ମୋତେ ବିବାଦ ଭିତରକୁ ଟାଣନ୍ତୁ ନାହିଁ । ବର୍ତ୍ତମାନର ସିନେମା ଟାଇଟେଲକୁ ନେଇ ମୋର ସମସ୍ୟା ଥିଲା । ଆଜିକା ଦିନରେ ଆମେ ନାରୀର ସୁରକ୍ଷା ବିଷୟରେ କଥା ହେଉଛେ । ସିନେମାର ଟାଇଟେଲରେ ବ୍ୟବହାର କରାଯାଉଥିବା ଶବ୍ଦକୁ ନେଇ ମୋ ମନରେ ପ୍ରଶ୍ନ ଉଠିଛି ।

    ସୂଚନାରୁ ପ୍ରକାଶ, ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଓଡ଼ିଶା ଫିଲ୍ମ ନିର୍ଦ୍ଦେଶକ ମହାସଂଘ ପକ୍ଷରୁ କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ତା’ପରେ ଦିନ ମନୋଜ ମିଶ୍ର ସାମ୍ୱାଦିକ ସମ୍ମିଳନୀ କରି ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ମନଇଚ୍ଛା ବର୍ଷି ଥିଲେ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ କହୁଥିବା ବେଳେ ମନୋଜ ମିଶ୍ର ବ୍ୟାସ୍‌କବି ଫକୀରମୋହନ ସେନାପତି ସାହିତ୍ୟ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାକୁ ନେଇ ସାହିତ୍ୟିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook