ଭୁବନେଶ୍ୱର:ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର । ନିର୍ମାତା-ନିଦେ୍ର୍ଧଶକ ସଂଘ ଉପରେ ଗର୍ଜନ କରି ଅଭିନେତା ମନୋଜ ମିଶ୍ର ଏଭଳି କହିଛନ୍ତି ।ନିର୍ମାତା-ନିର୍ଦ୍ଦେଶକ ସଂଘ ପକ୍ଷରୁ ମନୋଜ ମିଶ୍ରଙ୍କ ବିରୋଧରେ ସାଇବର ଥାନାରେ ଅଭିଯୋଗ ପରେ ମନୋଜ ଗର୍ଜିଛନ୍ତି । ଆଉ କହିଛନ୍ତି ଯେ ସିନେମା ଆମ ଓଡ଼ିଶାର ଅସ୍ମିତା, ସଂସ୍କୃତିର ପରିଚୟ । ଆଗକୁ ବି ଖରାପ ସିନେମା ବିରୋଧରେ କହିବା ଜାରି ରଖିବି । ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ । ମୁଁ ମୋ ପିଲା ପାଇଁ କହୁନି, ଆଗାମୀ ପିଢ଼ି ପାଇଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନଦେଉ, ସେଥିପାଇଁ ମୁଁ କହୁଛି ଆଉ ଆଗକୁ ବି କହିବି ମନୋଜ ମିଶ୍ର କହିଛନ୍ତି ।ସେହିପରି କିଛି ନାଁ ନେଇ କିଛି ନିର୍ମାତା ଓ ନିଦେ୍ର୍ଧଶକଙ୍କୁ ମନୋଜ ଟାର୍ଗେଟ କରି କରିଛନ୍ତି ।
ପ୍ରକାଶ ଯେ ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ'ଣ ଜାଣିନାହାଁନ୍ତି ବୋଲି ସୋଶାଲ ମିଡ଼ିଆରେ ମନୋଜ ମିଶ୍ର ବାରମ୍ବାର ମନ୍ତବ୍ୟ ଦେଉଛନ୍ତି। ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକମାନେ ଅଭିଯୋଗ କରିଛନ୍ତି। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ତାପସ ସରଘରିଆ, ବବି ଇସଲାମ୍ଙ୍କ ଭଳି ଅନେକ ନିର୍ଦ୍ଦେଶକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଘଟଣାର ତଦନ୍ତ କରୁଛି।
Comments ସମସ୍ତ ମତାମତ