Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମନମୋହନ ପୁଣି ବିଜେପି ରାଜ୍ୟ ସଭାପତି

    Share on :
    ajab-Image
    Date: Jul 8, 2025    Views: 2474

    ଭୁବନେଶ୍ଵର: ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି । ମନମୋହନ ସର୍ବ ସହମତିରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି। ନିର୍ବାଚନ ପର୍ୟ୍ୟବେକ୍ଷକ ସଞ୍ଜୟ ଜୟସ୍ଵାଲ ବିଧିବଦ୍ଧ ଭାବେ ମନମୋହନଙ୍କ ନାଁ ଘୋଷଣା କରିଛନ୍ତି। ତେବେ ଲଗାତାର ଦ୍ଵିତୀୟ ଏବଂ ମୋଟ୍  ଚତୁର୍ଥଥର ପାଇଁ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିଥିଲେ।

    ୬୬ବର୍ଷୀୟ ଶ୍ରୀ ସାମଲ ପୁଣିଥରେ ୩ବର୍ଷ ପାଇଁ ସଭାପତି ନିର୍ବାଚିତ ହେବା ସହ ରାଜ୍ୟରେ ସର୍ବାଧିକ ଅବଧିର ବିଜେପି ସଭାପତି ହେବାର ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ରାଜ୍ୟ ବିଜେପିର ସର୍ବାଧିକ ଅବଧିର ସଭାପତି ଭାବେ ବିଶ୍ୱଭୂଷଣ ହରିଚନ୍ଦନ ମୋଟ (୧୯୮୦ରୁ ୧୯୮୮ ମସିହା ପର୍ୟ୍ୟନ୍ତ) ୮ବର୍ଷ କାର୍ୟ୍ୟ କରିଥିବାବେଳେ ଶ୍ରୀ ସାମଲ ପ୍ରଥମ ଦଫାରେ କ୍ରମାଗତ ଦୁଇଥରରେ ୫ବର୍ଷ (୧୯୯୯ରୁ ୨୦୦୦ ଓ ୨୦୦୧ରୁ ୨୦୦୪ ମସିହା) , ଦ୍ୱିତୀୟ ଦଫାରେ ୨ବର୍ଷ ୩ମାସ ଓ ତୃତୀୟ ଦଫାରେ ୩ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook