ମୁଖ୍ୟ ଖବର
ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ୧ନଂ ରାଜ୍ୟରେ ପରିଣତ ହେବ । ଏଥିପାଇଁ ହୋଇଥିବା ବିଭିନ୍ନ ଯୋଜନାର ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନମୋହନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷ ପୂରଣ ହୋଇଛି । ଓଡ଼ିଶାର ସାମଗ୍ରିକ ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନିର୍ବାଚନ ପରେ ଓଡ଼ିଶାକୁ ଷଷ୍ଠ ଥର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ‘ଅପରେସନ ସିନ୍ଦୂର’ ପରେ ଓଡ଼ିଶାକୁ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି ।
ମନମୋହନ ଆହୁରି କହିଛନ୍ତି, ଭାରତ ଏକ ଅଗ୍ରଗଣ୍ୟ ରାଷ୍ଟ୍ର ହେବାକୁ ଯାଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯିବ । ଆୟୁଷ୍ମାନ ବୟୋବନ୍ଦନା କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ୫ ଜଣ ବରିଷ୍ଠ ନାଗରିକଙ୍କୁ କାର୍ଡ ଦିଆଯିବ । ୨୦୩୬ ବେଳକୁ ବିକଶିତ ଓଡ଼ିଶା ପାଇଁ ପ୍ରସ୍ତୁତ ହୋଇଥିବା ଭିଜନ ଡକ୍ୟୁମେଣ୍ଟାରୀକୁ ଲୋକାର୍ପଣ କରିବେ । ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ । ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଓଡ଼ିଶା ଆସିଛନ୍ତି । ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ ହେଉଛି । ଏୟାରପୋର୍ଟରୁ ଜନତା ମଇଦାନ ଯାଏ ରୋଡ଼ ସୋ’ ହେବ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ରୋଡ଼ ସୋ’ରେ ଉପସ୍ଥିତ ରହିବେ । ମୋଦୀଙ୍କୁ ସ୍ୱାଗତ ବେଳେ କେବଳ ତ୍ରିରଙ୍ଗା ରହିବ ବୋଲି ମନମୋହନ କହିଛନ୍ତି ।
Comments ସମସ୍ତ ମତାମତ